କଳାହାଣ୍ଡିରେ ଗତକାଲି ବିଳମ୍ବିତ ରାତିରେ ଏକ ସଡ଼କ ଦୁର୍ଘଟଣା ଘଟି ଗୋଟିଏ ପରିବାରର ୫ସଦସ୍ୟଙ୍କ ସମେତ ଅନ୍ୟ ଜଣଙ୍କ ମୃତ୍ୟୁ ହୋଇଛି । ଜାରିଙ୍ଗ ଜଙ୍ଗଲ ନିକଟରେ ଭୋର୍ ପ୍ରାୟ ୪ଟା ସମୟରେ ଏହି ଦୁର୍ଘଟଣା ଘଟି ଥିଲା । କାର୍କୁ ଟ୍ରକ୍ଟିଏ ସାମ୍ନାରୁ ଧକ୍କା ଦେବାରୁ ୬ ଜଣଙ୍କ ମୃତ୍ୟୁ ଜଣେ ହେବାସହ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି। ୬ ମୃତକଙ୍କ ମଧ୍ୟରୁ ୫ ଜଣ ଗୋଟିଏ ପରିବାରର ହୋଇଥିବା ବେଳେ ଅନ୍ୟ ଜଣେ ହେଉଛନ୍ତି ସେମାନଙ୍କ ଘରୋଇ ସହାୟିକା। ମୃତକମାନେ ହେଲେ ଭବାନୀପାଟଣାର ଖୁର୍ସେଲଗୁଡ଼ାର ଆଶୁତୋଷ ବେହେରା, ତାଙ୍କ ଭାଇ ଜଗନ୍ନାଥ ବେହେରା, ପୁଅ ବିକି ବେହେରା, ଦୁଇ ନାତୁଣୀ ଓ ତାଙ୍କ ଘରୋଇ ସହାୟିକା। ଆଶୁତୋଷଙ୍କ ବୋହୂଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କୁ ଭବାନୀପାଟଣା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ, ପରିବାରର କୌଣସି ସଦସ୍ୟଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ମାନେ ଆଶୁତୋଷ ଓ ତାଙ୍କ ପରିବାର ଲୋକେ ସୋମବାର ବିଶାଖାପାଟଣା ଯାଇଥିଲେ। ଗତକାଲି ରାତିରେ ସେମାନେ ଟ୍ରେନ୍ ଯୋଗେ ସେଠାରୁ ଫେରିଥିଲେ। ପ୍ରାୟ ଅଢ଼େଇଟା ବେଳେ ସେମାନେ କେସିଙ୍ଗା ଷ୍ଟେସନ୍ରେ ପହଞ୍ଚିଥିଲେ। ସେଠାରୁ ନିଜ କାର୍ରେ ଘରକୁ ଫେରୁଥିଲେ। ଆଶୁତୋଷ ନିଜେ ଡ୍ରାଇଭିଂ କରୁଥିଲେ। ତେବେ ଭୋର୍ ପ୍ରାୟ ୪ଟା ବେଳେ ଜାରିଙ୍ଗ ପାଖ ଜଙ୍ଗଲ ରାସ୍ତାରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ୍ ସେମାନଙ୍କୁ ସମ୍ମୁଖରୁ ଧକ୍କା ଦେଇଥିଲା। ଏଥିରେ କାର୍ର ସମ୍ମୁଖ ଭାଗ ଚୂରମାର ହୋଇଯାଇଥିବା ବେଳେ ଆଶୁତୋଷ ଓ ତାଙ୍କ ଭାଇ ଜଗନ୍ନାଥଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅନ୍ୟମାନଙ୍କୁ ଗୁରୁତର ଅବସ୍ଥାରେ ଭବାନୀପାଟଣା ଡାକ୍ତରଖାନାରେ ଭର୍ତ୍ତି କରାଇଥିଲା। ତେବେ ଆଶୁତୋଷଙ୍କ ବୋହୂଙ୍କୁ ଛାଡ଼ି ଦେଲେ ଅନ୍ୟ ସମସ୍ତଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ଏ ଘଟଣାକୁ ନେଇ ଭବାନୀପାଟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
ଆଗରୁ କାର୍କୁ ପିଟିଲା ଟ୍ରକ୍; ଗୋଟିଏ ପରିବାରର ୫ ଜଣଙ୍କ ମୃତ୍ୟୁ
5 dead in road accident in kalahandi

No Comment