ଆଜି ସକାଳେ ଆଣ୍ଡାମାନ ଦ୍ୱୀପପୁଞ୍ଜ ଅଞ୍ଚଳରେ ୫. ୬ ତୀବ୍ରତା ଭୂମିକମ୍ପ ଅନୁଭୂତ ହୋଇଥିବାର ଭାରତୀୟ ପାଣିପାଗ ବିଭାଗ କହିଛି। ସକାଳ ପ୍ରାୟ ୬: ୦୯ ସମୟରେ ଭୂଗର୍ଭର ୧୦ କିଲୋମିଟର ଅଭ୍ୟନ୍ତରରେ ଭୂକମ୍ପନ ହୋଇଥିବା କଥା ଜଣାପଡ଼ିଛି। ଗତକାଲି ପାହାନ୍ତାରେ ନିକୋବର ଦ୍ୱୀପପୁଞ୍ଜରେ ମଧ୍ୟ ରିକ୍ଟର୍ ସ୍କେଲ୍ରେ ୪. ୧ ତୀବ୍ରତାସମ୍ପନ୍ନ ଭୂମିକମ୍ପ ହେବାର ଦିନକ ପରେ ଆଜି ଆଣ୍ଡାମାନରେ ଭୂକମ୍ପନ ଅନୁଭୂତ ହୋଇଥିଲା । ଗତକାଲିର ରାତି ପ୍ରାୟ ୨: ୦୪ ମିନିଟ୍ରେ ଏହି ଭୂମିକମ୍ପଅନୁଷ୍ଠିତ ହୋଇଥିଲା। ଭୂଗର୍ଭର ୧୦ କିଲୋମିଟର୍ ତଳେ ଏହାର କେନ୍ଦ୍ରସ୍ଥଳ ଥିଲା। ଏପ୍ରିଲ୍ ପହିଲା ସୁଦ୍ଧା ସେ ଅଞ୍ଚଳରେ ମଧ୍ୟମ ଧରଣର ସମୁଦାୟ ୨୦ଟି ଭୂମିକମ୍ପ ହୋଇ ସାରିଲାଣି।
ଆଣ୍ଡାମାନ -ନିକୋବର ଦ୍ୱୀପରେ ୫. ୬ ତୀବ୍ରତା ଭୂମିକମ୍ପ ଅନୁଭୂତ
5-6 magnitude earthquake hits andaman and nicobar islands

No Comment