ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ପାଇଁ ଆଜି ସନ୍ଧ୍ୟାରେ ସରିବ ପ୍ରଚାର କାର୍ଯ୍ୟ। ଏହି ପର୍ଯ୍ୟାୟରେ ୬ଟି ଲୋକସଭା ସମେତ ୪୨ଟି ବିଧାନସଭା ପାଇଁ ଆସନ୍ତା ୨୯ ତାରିଖରେ ମତଦାନ ଗ୍ରହଣ କରାଯିବ । ଆଜି ସନ୍ଧ୍ୟା ୬ଟାରେ ପ୍ରଚାର କାର୍ଯ୍ୟ ସରିବା ପରେ ଭୋଟଗ୍ରହଣ ସନ୍ଧ୍ୟା ପର୍ଯ୍ୟନ୍ତ ୪୮ ଘଣ୍ଟାର ନିରବ ଅବଧି ଲାଗୁ ହେବ। ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ମୋଟ ୫୨ ଜଣ ପ୍ରାର୍ଥୀ ଲୋକସଭା ପାଇଁ ପ୍ରତିଦ୍ୱନ୍ଦୀତା କରୁଥିବାବେଳେ ୩୪୬ ଜଣ ପ୍ରାର୍ଥୀ ବିଧାନସଭା ପାଇଁ ନିର୍ବାଚନ ଲଢ଼ୁଛନ୍ତି । ମୋଟ ୧୦ ହଜାର ୭୯୨ ବୁଥରେ ୯୫ ଲକ୍ଷ ୧୪ ହଜାର ୮୮୩ ଜଣ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ ସୋମବାର । ଏ ନେଇ ସମସ୍ତ ପ୍ରସ୍ତୁତି ଚୁ଼ଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି।ଚତୁର୍ଥ ପର୍ଯ୍ୟାୟରେ ସବୁ ବିଧାନସଭା ନିର୍ବାଚନମଣ୍ଡଳୀରେ ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ଅନୁଷ୍ଠିତ ହେବ।
ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଆଜି ସରୁଛି ପ୍ରଚାର
4th phase election campaign end today

No Comment