୪ବର୍ଷିଆ ହେଲା ବି.ଇଡି ପାଠ୍ୟକ୍ରମ

4 year b ed course

ଶିକ୍ଷକ ହେବ ପାଇଁ ଏବେ ୪ ବର୍ଷ ପଢିବାକୁ ପଡ଼ିବ ଛାତ୍ରଛାତ୍ରୀଙ୍କୁ।  କେନ୍ଦ୍ର ସରକାର ବ୍ୟାଚଲର ଅଫ ଏଜୁକେସନ(ବି.ଇଡି) କୋର୍ସକୁ ୪ ବର୍ଷ କରିଦେଇଛନ୍ତି ।  ଏହାକୁ ନେଇ ସମସ୍ତ ପ୍ରକ୍ରିୟା ସାରିବା ସହ ପାଠ୍ୟକ୍ରମର ପ୍ରଚଳନ ହୋଇଛି।  ଶିକ୍ଷକତା ପାଇଁ ଇଛୁକ ଛାତ୍ରଛାତ୍ରୀ ଯୁକ୍ତ ଦୁଇ ପରେ ଏହି ୪ ବର୍ଷୀୟା ଇନଟିଗ୍ରେଟେଡ଼ ବି.ଇଡି କରିପାରିବେ । ନୂଆ ପାଠ୍ୟକ୍ରମ ପାଇଁ ଚଳିତ ବର୍ଷ ଶିକ୍ଷା ବର୍ଷରେ ନାମଲେଖା ଆରମ୍ଭ ହୋଇଯାଇଛି ।  ମାନବ ସଂସାଧନ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ ନିସଙ୍କ ରାଜ୍ୟସଭାରେ ଏକ ପ୍ରଶ୍ନର ଉତ୍ତର ରଖି ବା ସହ ସୂଚନା ଦେଇ କହିଛନ୍ତି ଯେ ଶିକ୍ଷକ ହେବାକୁ ଚାଁହୁଥିବା ଛାତ୍ରଛାତ୍ରୀ ଯୁକ୍ତ ଦୁଇ ଶେଷ କରିବା ପରେ ଯେଭଳି ଏହି ପାଠ୍ୟକ୍ରମ ପାଇଁ ଆବେଦନ କରିପାରିବାର ବ୍ୟବସ୍ଥା ହୋଇଛି ।  ଏଠାରେ ସୂଚନା ଥାଉକି ଆଗରୁ ଏହି ପାଠ୍ୟକ୍ରମ ୨ ବର୍ଷିଆ ଥିଲା ।

Previous ଢାବାରୁ ନାବାଳକର ମୃତଦେହ ଉଦ୍ଧାର,ଥାନା ଅଧିକାରୀଙ୍କୁ ମାଡ଼ ଅଭିଯୋଗ
Next ସମ୍ୱଲପୁରରେ ବସ୍‌ ଦୁର୍ଘଟଣା: ୧୦ରୁ ଅଧିକ ଯାତ୍ରୀ ଆହତ

No Comment

Leave a reply

Your email address will not be published. Required fields are marked *