ଆଜି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ: ଦିନ ୧୧ଟା ସୁଦ୍ଧା ରାଜ୍ୟରେ ହୋଇଛି ୧୮% ମତଦାନ

2nd phase election begins,18 polling till 11am

ଆଜି ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଚାଲିଛି। ସକାଳ ୧୧ଟା ସୁଦ୍ଧା ହାରାହାରି ୧୮% ଭୋଟ୍‌ ଗ୍ରହଣ ହୋଇଥିବା କଥା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି । କନ୍ଧମାଳରେ ୧୬%, ବରଗଡ଼ରେ ୨୦%, ଆସିକାରେ ୨୦%, ସୁନ୍ଦରଗଡ଼ରେ ୧୮% ଏବଂ ବଲାଙ୍ଗୀର ସଂସଦୀୟ ଅଞ୍ଚଳରେ ୧୫% ଭୋଟ୍‌ ହୋଇଥିବା ଜଣାପଡ଼ିଛି। ସକାଳ ୯ଟା ସୁଦ୍ଧା ହାରାହାରି ୬. ୫% ଭୋଟ୍‌ ଦାନ ହୋଇଥିବା କଥା ରାଜ୍ୟ ନିର୍ବାଚନ ଅଧିକାରୀ ପୂର୍ବରୁ ସୂଚନା ଦେଇଥିଲେ। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୬ରେ ସରିବ । ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ରାଜ୍ୟର ୫ଟି ଲୋକସଭା ଏବଂ ୩୫ଟି ବିଧାନସଭା ଆସନ ପାଇଁ ଭୋଟ୍‌ ଗ୍ରହଣ ଚାଲିଛି। ଏଥିରେ ୨୭୯ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ୩୫ଟି ବିଧାନସଭା ଆସନ ପାଇଁ ୨୪୪ ଜଣ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି। ରାଜ୍ୟର ବିଭିନ୍ନ ପ୍ରାନ୍ତରେ ସମୁଦାୟ ୯୧୧୭ଟି ବୁଥ୍‌ ପ୍ରସ୍ତୁତ ହୋଇଥିବା ବେଳେ ସମୁଦାୟ ୭୬ ଲକ୍ଷ ୯୩ ହଜାର ୧୨୩ ଜଣ ଭୋଟର୍‌ ମତଦାନ କରିବେ ବୋଲି ଆଶା କରାଯାଉଛି। ଏମାନଙ୍କ ମଧ୍ୟରେ ଅଛନ୍ତି ୭ ଲକ୍ଷ ୯୯ ହଜାର ୯୯୯ ଜଣ ନୂତନ ଭୋଟର୍‌। ଏହି ପର୍ଯ୍ୟାୟରେ ଦେଶର ୧୨ଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ୯୭ ଲୋକସଭା ନିର୍ବାଚନମଣ୍ଡଳୀରେ ଭୋଟଗ୍ରହଣ ହେଉଛି। ସେଥିମଧ୍ୟରେ ଓଡିଶାର ୫ଟି ଲୋକସଭା ଆସନ ସହିତ ୩୫ଟି ବିଧାନସଭା ଆସନ ପାଇଁ ମତଦାନ ଚାଲିଛି। ମତଦାନ ହେବାକୁ ଥିବା ଅନ୍ୟ ଆସନଗୁଡିକ ମଧ୍ୟରେ ଆସାମର ୫, ବିହାର ୫, ଛତିଶଗଡ ୩, ଜାମ୍ମୁ-କାଶ୍ମୀର ୨, କର୍ନାଟକ ୧୪, ମହାରାଷ୍ଟ୍ର ୧୦, ତାମିଲନାଡୁ ୩୯, ତ୍ରିପୁରା ୧, ପଶ୍ଚିମବଙ୍ଗ ୩, ଓଡିଶା ୫, ପୁଡୁଚେରୀ ୧, ଉତ୍ତରପ୍ରଦେଶ ୮ ଓ ମଣିପୁରର ଗୋଟିଏ ଆସନ ରହିଛି।

Previous ଖରାରେ ସିଝୁଛି ସାରା ଓଡ଼ିଶା, ଆହୁରି ୨ ଦିନ ରହିବ ତାତି
Next ସୁରକ୍ଷାକର୍ମୀଙ୍କ ଗୁଳି ମାଡରେ ୨ଜଣ ମାଓବାଦୀ ନିହତ

No Comment

Leave a reply

Your email address will not be published. Required fields are marked *