କାଲି ପ୍ରଥମ ପର୍ଯ୍ୟାୟ ନିର୍ବାଚନ, ସ୍ୱାଭିମାନ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡାକଡି

24 hours left for first phase elections

ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ଆଉ ୨୪ ଘଂଟା ବାକି ଥିବାବେଳେ  ପ୍ରସ୍ତୁତି ଜୋରଦାର ଚାଲିଛି । ପ୍ରଥମ ପର୍ଯ୍ୟାୟରେ ୪ଟି ଲୋକସଭା ଏବଂ ୨୮ଟି ବିଧାନସଭାରେ ମତଦାନ ହେବ । ମାଓ ଇଲାକାରେ ଆସୁଥିବା କୋରାପୁଟ ଓ ମାଲକାନଗିରିରେ ସୀମା ସିଲ୍ ସହିତ ସମସ୍ତ ବୁଥରେ ପୁଲିସ ମୁତୟନ କରାଯାଇଛି । ସେହିପରି ରାୟଗଡା ଓ କନ୍ଧମାଳ ଜିଲ୍ଲା ସୀମାବର୍ତି ନକ୍ସଲ ପ୍ରଭାବିତ ଅଂଚଳରେ ୨ ପ୍ଲାଟୁନ ଡିଭିଏଫ ଫୋର୍ସ ମୁତୟନ ସହ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା  କରାଯାଇଛି । ନିଜ ନିଜ ବୁଥରେ ପୁଲିଂ ଦଳ ପହଂଚି ସାରିଛନ୍ତି । ଆଜି ଇଭିଏମ ମେସିନ୍ ଗୁଡିକର ପରୀକ୍ଷାମୂଳକ ଭାବେ ଯାଞ୍ଚ କରାଯିବ । ପ୍ରଥମ ପର୍ଯ୍ୟାୟରେ ୬୦ଲକ୍ଷ ୩ହଜାର ୭୦୭ ମତଦାତା ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ । ମାଲକାନଗିରି ଅପହଞ୍ଚ ଇଲାକାରେ ନିର୍ବାଚନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଜିଲ୍ଲା ମୁଖ୍ୟାଳୟରୁ ବାୟୁସେନାର ହେଲିକପ୍ଟର ଯୋଗେ ପୁଲିଂ ଟିମ୍ ସ୍ୱାଭିମାନ ଅଂଚଳର କୁନ୍ତୁରିପଦରରେ କରାଯାଇଥିବା ବେସ୍ କ୍ୟାମ୍ପକୁ ଯାଇଛନ୍ତି । ଇଭିଏମ ଓ ଭିଭିଆପଟ ମେସିନ ସହ ପୋଲିଂ ଅଫିସରମାନେ ସେଠାରେ ପହଂଚିଛନ୍ତି । ତାଙ୍କ ସହ ସୁରକ୍ଷା କର୍ମୀ ମଧ୍ୟ ଯାଇଛନ୍ତି । କାଲି ସକାଳ ୭ଟାରୁ ଆରମ୍ଭ ହେବ ମତଦାନ । ଭୋଟ୍ ପଡିବାକୁ ଥିବା ସମସ୍ତ ବୁଥରେ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି ।

Previous ହେଲୋ..ହାଏ ନୁହେଁ ନମସ୍କାର କରନ୍ତୁ ସୁସ୍ଥ ରୁହନ୍ତୁ
Next ଲାଲୁ ଯାଦବଙ୍କୁ ମିଳିଲାନି ଜାମିନ

No Comment

Leave a reply

Your email address will not be published. Required fields are marked *