୨୦୧୯ ବିଧାନସଭା ନିର୍ବାଚନ : ବାପା-ପୁଅଙ୍କ ଆସନ ଲଢେଇ,ଜିତିବ କିଏ?

2019 election results odisha

୨୦୧୯ ରାଜ୍ୟ ବିଧାନସଭା ନିର୍ବାଚନର ଏକ ରୋଚକ ଦିଗଥିଲା ବାପପୁଅଙ୍କ ଲଢେଇ । ତେବେ ଆଜି ଯେତେବେଳେ ଓଡ଼ିଶାର ୧୪୭ ବିଧାନସଭା ଆସନ ପାଇଁ ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଥିବା ବେଳେ ତେବେ ଜଣାନ୍ତୁ ଏହି ବାପପୁଅଙ୍କ ମଧ୍ୟରୁ କିଏ ଜିତିବ କିଏ ହାରିବ। ଏଥର ନିର୍ବାଚନରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ତାଙ୍କ ପୁଅ ନବଜ୍ୟୋତି ପ୍ରାର୍ଥୀ ହୋଇଛନ୍ତି । ନିରଞ୍ଜନ କେଉଁଝର ଜିଲ୍ଲାର ଦୁଇଟି ବିଧାନସଭା ଆସନ- ଘସିପୁରା ଓ ଭଣ୍ଡାରୀପୋଖରୀରୁ ପ୍ରାର୍ଥୀ ହୋଇଥିବା ବେଳେ ତାଙ୍କ ପୁଅ ନବଜ୍ୟୋତି ବାଲେଶ୍ୱର ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିଲେ। ସୂଚନା ଅନୁଯାୟୀ ବାପପୁଅ ପଛରେ ଚାଲିଛନ୍ତି। ଘସିପୁରାରେ ବିଜେଡି ପ୍ରାର୍ଥୀ ବଦ୍ରି ନାରାୟଣ ପାତ୍ର ଆଗରେ ରହିଥିବା ବେଳେ ଭଣ୍ଡାରୀପୋଖରୀରେ ପ୍ରଫୁଲ ସାମଲ ନିରଞ୍ଜନଙ୍କ ଠାରୁ ଆଗରେ ଅଛନ୍ତି। ଏଠାରେ ବିଜେପି ପ୍ରାର୍ଥୀ ପ୍ରତାପ ଷଡ଼ଙ୍ଗୀ ଓ ବିଜେଡି ପ୍ରାର୍ଥୀ ତଥା ସାଂସଦ ରବୀନ୍ଦ୍ର ଜେନାଙ୍କ ପରେ ବାଲେଶ୍ୱରରେ ନବଜ୍ୟୋତି ୩ ନମ୍ବର ସ୍ଥାନରେ ରହିଛନ୍ତି । ସେହିଭଳି ବିଜେପି ନେତା ଦାମୋଦର ରାଉତ ଓ ବିଜେଡି ପାର୍ଥୀ ହୋଇଥିବା ତାଙ୍କ ପୁଅ ସମ୍ବିତ ରାଉତରାୟଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । ଆଜିର ଭୋଟ ଗଣତିରୁ ଜଣାପଡିଛିଯେ ବାଲିକୁଦା-ଏରସମା ବିଧାନସଭା ଆସନରେ ପ୍ରାର୍ଥୀ ହୋଇଥିବା ଦାମ ବିଜେଡି ପ୍ରାର୍ଥୀ ରଘୁନନ୍ଦନ ଦାସଙ୍କଠୁ ପଛରେ ରହିଛନ୍ତି । ହେଲେ ବିଜେଡିର ପାରାଦୀପ ପାର୍ଥୀ ହୋଇଥିବା ଦାମଙ୍କ ପୁଅ ସମ୍ବିତ ରାଉତରାୟ ଆଗରେ ଅଛନ୍ତି । ଅନ୍ୟପକ୍ଷରେ ବାପପୁଅ ନେତା ଯୋଡିରେ ଅଛନ୍ତି କଂଗ୍ରେସ ନେତା ନରସିଂହ ମିଶ୍ର ଓ ତାଙ୍କ ପୁଅ ସମରେନ୍ଦ୍ର ମିଶ୍ର। ନରସିଂହ ମିଶ୍ର ବଲାଙ୍ଗିର ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଥିବା ବେଳେ ସମରେନ୍ଦ୍ର ମିଶ୍ର ବଲାଙ୍ଗିର ଲୋକସଭା ଆସନରୁ ପ୍ରାର୍ଥୀ ହୋଇଛନ୍ତି। ସମରେନ୍ଦ୍ରଙ୍କର ଏହା ହେଉଛି ଡେବ୍ୟୁ ନିର୍ବାଚନ। ନରସିଂହ ମିଶ୍ର ଆଗରେ ରହିଥିବା ବେଳେ ତାଙ୍କ ପୁଅ ପଛରେ ରହିଛନ୍ତି। ଏଠାରେ ବିଜେପି ପ୍ରାର୍ଥୀ ସଙ୍ଗୀତା ସିଂହଦେଓ ଆଗରେ ରହିଥିବା ବେଳେ ତାଙ୍କ ପଛକୁ ରହିଛନ୍ତି ବିଜେଡି ପ୍ରାର୍ଥୀ ତଥା ତାଙ୍କ ଦିଅର କଳିକେଶ ଓ ତୃତୀୟ ସ୍ଥାନରେ ସମରେନ୍ଦ୍ର ମିଶ୍ର ରହିଛନ୍ତି ।

Previous ରାଜ୍ୟରେ ମୁଖ୍ୟ ବିରୋଧୀ ଦଳର ମାନ୍ୟତା ହରାଇବ କଂଗ୍ରେସ!
Next ବହୁମତ ମିଳିବା ପରେ ବିଦେଶରୁ ଛୁଟୁଛି ମୋଦିଙ୍କ ପାଖକୁ ଶୁଭେଚ୍ଛାର ସୁଅ

No Comment

Leave a reply

Your email address will not be published. Required fields are marked *