ରାତି ପହିଲେ ଯୁକ୍ତ ୨ ପରୀକ୍ଷା: ୧୦୯୧ କେନ୍ଦ୍ରରେ ୩.୭୯ ଲକ୍ଷ ଛାତ୍ରଛାତ୍ରୀ ଦେବେ ପରୀକ୍ଷା

2 exam from tomorrow

ଆସନ୍ତା କାଲିଠାରୁ ଆରମ୍ଭ ହେବାକୁ ଯାଉଛି ଯୁକ୍ତ ୨ ପରୀକ୍ଷା । ଏଥିପାଇଁ ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି । ଏଥିପାଇଁ ସମସ୍ତ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଁଚିଛି । ପରୀକ୍ଷାକୁ ଶୃଙ୍ଖଳିତ କରିବା ପାଇଁ ପରିଷଦ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଚଳିତ ବର୍ଷ ୧୦୯୧ ପରୀକ୍ଷା କେନ୍ଦ୍ରରେ ୩.୭୯ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷାଦେବେ । ଏହାସହ ୨୦୨ଟି ନୋଡାଲ କେନ୍ଦ୍ର କରାଯାଇଛି। ପ୍ରାୟ ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭି କ୍ୟାମେରା ଲଗାଯାଇଛି । ଯଦି ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଭାଇରାଲ ହୁଏ ତେବେ ସମ୍ପୃକ୍ତ ଛାତ୍ରଛାତ୍ରୀ, ଅଧ୍ୟାପକ ପରୀକ୍ଷାପରିଚାଳକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ। କେବଳ ସେତିକି ନୁହେଁ ଯଦି କୌଣସି ବ୍ୟକ୍ତି ଜାଣିଶୁଣି ଗଣମାଧ୍ୟମରେ ପୁରୁଣା ପ୍ରଶ୍ନପତ୍ର ଭାଇରାଲ କରି ଗୁଜବ ସୃଷ୍ଟି କରନ୍ତି ତେବେ ମଧ୍ୟ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ, ସେମାନଙ୍କୁ ଗିରଫ କରାଯିବ ସହ କଠୋର ଦଣ୍ଡ ମିଳିବ । ଛାତ୍ରଛାତ୍ରୀ ପରୀକ୍ଷା କେନ୍ଦ୍ରକୁ କୌଣସି ଇଲୋକ୍ଟ୍ରୋନିକ୍ସ ସରଞ୍ଜାମ ନେଇପାରିବେ ନାହିଁ । ଏହାସହ ପରୀକ୍ଷା ଦିନ ସକାଳ ୯.୩୦ ସୁଦ୍ଧା ସମସ୍ତ କେନ୍ଦ୍ରରେ ପ୍ରଶ୍ନପତ୍ର ନୋଡାଲ କେନ୍ଦ୍ରରୁ ଯାଇ ପହଞ୍ଚିବ।

Previous ରାଜ୍ୟରେ ପ୍ରଥମ କରି ଆରମ୍ଭ ହେଲା ବୋଟ୍ ଆମ୍ବୁଲାନ୍ସ
Next ୧୧ଟି ଜିଲ୍ଲାରେ କାଳବୈଶାଖୀ ସହ ଝଡତୋଫାନ  ଆଶଙ୍କା

No Comment

Leave a reply

Your email address will not be published. Required fields are marked *