ରାଜଧାନୀ ଏକ୍ସପ୍ରେସରେ ନିଆଁ

ରାଜଧାନୀ ଏକ୍ସପ୍ରେସରେ ନିଆଁ

ନୂଆଦିଲ୍ଲୀରୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା ରାଜଧାନୀ ଏକ୍ସପ୍ରେସ ଟ୍ରେନ୍‌ ନମ୍ବର ୨୦୮୧୮ରେ ଆଜି ନିଆଁ ଲାଗିଥିବାର ସୂଚନା ମିଳିଛି । ଏହି ଅଗ୍ନିକାଣ୍ଡରେ କାହାର କିଛି କ୍ଷତି ହୋଇନି, ସମସ୍ତ ଯାତ୍ରୀ ସୁରକ୍ଷିତ ଥିବାର ଜଣାପଡିଛି । ସୂଚନା ମୁତାବକ ରାଉରକେଲାର ପୂର୍ବ ଷ୍ଟେସନ ତିଲିକାନଗର ନିକଟରେ ରାଜଧାନୀ ଏକ୍ସପ୍ରେସର ବି-୭ କୋଚ୍‌ରେ ନିଆଁ ଲାଗିଯାଇଥିଲା । ନିଆଁ ଲାଗିଥିବାର ଜଣା ପଡ଼ିବା ପରେ ଟ୍ରେନ୍ ଅଟକାଇ ନିଆଁକୁ ଆୟତ୍ତ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ନୂଆଦିଲ୍ଲୀରୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା ରାଜଧାନୀ ଏକ୍ସପ୍ରେସଟି ବିଶ୍ରା ଷ୍ଟେସନ ନିକଟରେ ପହଞ୍ଚିଥିବା ବେଳେ ଏହାର ବି-୭ କୋଚରେ ଆକସ୍ମିକ ନିଆଁ ଲାଗିଥିବା ଦେଖିବାକୁ ମିଳିଥିଲା। ପରେ ଏହି ନିଆଁକୁ ଆୟତ୍ତ କରାଯାଇ ଟ୍ରେନ୍ ନିଜ ଗନ୍ତବ୍ୟପଥରେ ବାହାରିଥିଲା। ମାତ୍ର ବିଶ୍ରା ଷ୍ଟେସନ୍ ଠାରୁ ମତ୍ର ୧୦ କିଲୋମିଟ ଆସିବା ପରେ ତିଲିକାନଗର ଷ୍ଟେସନ ନିକଟରେ ପୁଣି ସେହି ବି-୭ ବଗିରେ ନିଆଁ ଲାଗିଥିଲା। ଏହାସହ କୋଚ୍ ଭିତରରେ ଧୂଆଁ ଭର୍ତ୍ତି ହୋଇଥିଲା। ଏହାପରେ କାଚ ଭାଙ୍ଗି ଧୂଆଁ ବାହାର କରାଯାଇଥିଲା। ତେବେ ନିଆଁକୁ ଆୟତ୍ତ ସହ ଧୂଆଁ ବାହାର କରାଯିବା ପରେ ଟ୍ରେନ୍‌ ପୁଣିଥରେ ଚଳାଚଳ କରିଛି।

Previous ପ୍ରକାଶ ପାଇଲା ରାଜ୍ୟର ଚୂଡ଼ାନ୍ତ ଭୋଟର ତାଲିକା
Next ଶାଳ ପତ୍ରରୁ ରୟାଲିଟି ଛାଡ଼ କଲେ ରାଜ୍ୟ ସରକାର

No Comment

Leave a reply

Your email address will not be published. Required fields are marked *