ଆଚାର୍ଯ୍ୟ ବିହାର, ବାଣୀବିହାର ଓ ଜୟଦେବ ବିହାର ଛକରେ ରହିବନି ବସ !

new bus stop in bhubaneswar

ଟ୍ରାଫିକ୍ ସମସ୍ୟାକୁ ନିୟନ୍ତ୍ରଣ କରିବା ପାଇଁ ପ୍ରସାଶନ ପକ୍ଷରୁ ଏକ ବିଶେଷ ପଦେକ୍ଷପ ନିଆଯାଇଛି । ଏଣିକି ଆଚାର୍ଯ୍ୟ ବିହାର, ବାଣୀବିହାର ଓ ଜୟଦେବ ବିହାର ଛକରେ ଥିବା ବସ୍‌ ଷ୍ଟପ୍‌ ଗୁଡ଼ିକରେ ଆଉ ବସ୍‌ ରହିବ ନାହିଁ। ଏହିସବୁ ଛକରେ ଟ୍ରାଫିକ୍ ସମସ୍ୟାକୁ ନିୟନ୍ତ୍ରଣ କରିବା ପାଇଁ ସତ୍‌ସଙ୍ଗ ବିହାର ସମ୍ମୁଖରେ ଏକ ନୂଆ ବସ୍‌ ଷ୍ଟପ୍‌ କରାଯାଇଛି। ଯାତ୍ରୀମାନେ ଯେଭଳି ବସ୍ ଧରିବାରେ କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ କରାଯାଇଛି। ଯେଉଁ ଗାଡ଼ି ଗୁଡ଼ିକ ବରମୁଣ୍ଡା ବସ୍‌ ଷ୍ଟାଣ୍ଡ୍‌ରୁ କଟକ ଯାଉଛନ୍ତି ସେଗୁଡିକ ଏବେ କ୍ରାଉନ୍‌ ହୋଟେଲ ବସ୍‌ ଷ୍ଟପ୍‌ରୁ ଜୟଦେବ ବିହାର ଫ୍ଲାଏ ଓଭର ବ୍ରିଜ୍‌ ଦେଇ ସତ୍‌ସଙ୍ଗ ବିହାର ଯିବ। ଫଳରେ ବାଣୀବିହାର ଓ ଆଚାର୍ଯ୍ୟ ବିହାର, ଜୟଦେବ ବିହାର ଛକରେ ଟ୍ରାଫିକ ସମସ୍ୟା କମିବା ନେଇ ଟ୍ରାଫିକ୍ ପୁଲିସ୍‌ ଆଶା ରଖିଛି। ଏଥିସହ ଜାତୀୟ ରାଜପଥର କିଛି ଅଂଶକୁ ବସ୍ ବେ କରାଯାଇଛି। ଅନ୍ୟପକ୍ଷରେ ବସ୍‌ ଷ୍ଟପ୍‌ ପାଇଁ ସ୍ଥାୟୀ ବ୍ୟବସ୍ଥା କରିବାକୁ ବସ୍‌ ମାଲିକ ସଂଘ ପକ୍ଷରୁ ଦାବି କରାଯାଇଛି ।ଏଠାରେ ସୂଚନା ଥାଉକି ଏହି ଛକ ଗୁଡିକ ଦେଇ ମଧ୍ୟ ସହରର ବିଭିନ୍ନ ଅଞ୍ଚଳକୁ ସରକାରୀ ଓ ବେସରକାରୀ ସିଟି ବସମାନ ଚଳାଚଳ କରିଥାଏ।

Previous ଆଇଏନ୍ଏକ୍ସ ମିଡିଆ ମାମଲା:ପି. ଚିଦମ୍ବରମଙ୍କ ସଂପର୍କରେ ୭ ଦିନ ଭିତରେ ଷ୍ଟାଟସ୍ ରିପୋର୍ଟ ଦାଖଲ ପାଇଁ ସିବିଆଇକୁ ନିର୍ଦ୍ଦେଶ
Next ଭିଜିଲାନ୍ସ ଜାଲରେ ବଲାଙ୍ଗୀର ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କର ଭାରପ୍ରାପ୍ତ ସଂପାଦକ ଅଶୋକ କୁମାର ମହାପାତ୍ର

No Comment

Leave a reply

Your email address will not be published. Required fields are marked *