ନେତାଜୀ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳିତ

Netaji Subhas Chandra Bose and Veer Surendra Sai on their Birth Anniversaries

ସାରା ଦେଶରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୨ତମ ଜୟନ୍ତୀ ପାଳିତ ହୋଇଛି। ଏହି ଅବସରରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲ୍‌ କିଲ୍ଲା ଠାରେ ସୁଭାଷ ଚନ୍ଦ୍ର ବୋଷ ସଂଗ୍ରହାଳୟ ଉଦ୍ଘାଟନ କରିଛନ୍ତି। ତିନି ମହଲା ବିଶିଷ୍ଟ ଏହି ସଂଗ୍ରହାଳୟରେ ସୁଭାଷ ଚନ୍ଦ୍ର ବୋଷ ଏବଂ ଇଣ୍ଡିୟାନ ନ୍ୟାସନାଲ୍ ଆର୍ମି ସହ ଜଡ଼ିତ କେତେକ ଜିନିଷପତ୍ର ପ୍ରଦର୍ଶନ କରାଯିବ। ଏଥିରେ ନେତାଜୀଙ୍କ ସ୍କୁଲ୍‌ ଦିନର ଏକ ଗ୍ୟାଲେରି ମଧ୍ୟ ରହିଛି। ସେହିଭଳି କଟକ ଓଡିଆ ବଜାର ସ୍ଥିତ ନେତାଜୀଙ୍କ ଜନ୍ମସ୍ଥାନରେ ଜୟନ୍ତୀ ଉତ୍ସବକୁ ସ୍ୱତନ୍ତ୍ର ଭାବେ ପାଳନ କରାଯାଉଛି । ଟ୍ୱିଟକରି ରାଷ୍ଟ୍ରପତି ରାମନାଥ କୋବିନ୍ଦ , ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଠାରୁ ଆରମ୍ଭ କରି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ.ଚନ୍ଦ୍ରବାବୁ ନାଇଡୁ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।  ସେହିଭଳି ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନ ଗୁଡିକରେ ନେତାଜୀ ଜୟନ୍ତୀ ପାଳିତ ହୋଇଯାଇଛି । ଆଜି ଓଡ଼ିଶାର ଆଉ ଜଣେ ବୀରପୁତ୍ର ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ତିଥି ମଧ୍ୟ । ୧୮୦୯ ମସିହା ଜାନୁଆରୀ ୨୩ ତାରିଖରେ ବୀର ସୁରେନ୍ଦ୍ର ସାଏ ଜନ୍ମଗ୍ରହଣ କରିଥିଲେ ସମ୍ବଲପୁରର ଖିଣ୍ଡାରି ଗ୍ରାମରେ । ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ମଧ୍ୟ ସାରା ରାଜ୍ୟରେ ପାଳିତ ହୋଇଛି । ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳା ଦ୍ୱାରା ଏହି ୨ଜନନାୟକଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଜ୍ଞାପନକରିଛନ୍ତି ।

Previous ଭୁବନେଶ୍ୱର ବିମାନବନ୍ଦରରେ ଇ-ଭିସା ସୁବିଧା
Next କୁହୁଡି ପାଇଁ ସପ୍ତାହ ଭିତରେ ୮ରୁ ଅଧିକା ଦୁର୍ଘଟଣା,୨୦ଅଧିକ ଆହତ

No Comment

Leave a reply

Your email address will not be published. Required fields are marked *