ପରିବାରରୁ ନୁହେଁ, ଦଳରୁ ବାଛିବେ ପରବର୍ତ୍ତୀ ବିଜେଡି ଉତ୍ତରାଧିକାରୀ ନବୀନ

naveen say no family member will come to politics to head bjd from his family

ନବୀନ ପଟ୍ଟନାୟକ ୫ମ ଥର ମୁଖ୍ୟମନ୍ତ୍ରୀ ହେବା ଯେତିକି ଚର୍ଚାର ବିଷୟ ପାଲଟିଛି ତାଙ୍କ ପରେ ବିଜେଡିର ନେତୃତ୍ୱ କିଏ ନେବ ଓ ତାଙ୍କ ପୁତୁରା ଅରୁଣ ପଟ୍ଟନାୟକଙ୍କ ରାଜନୀତିକୁ ଆସିବା ନେଇ ଅନେକ କଳ୍ପନାଜଳ୍ପନା ଲାଗିରହିଥିଲା । ହେଲେ ଏହି କଳ୍ପନାଜଳ୍ପନାରେ ପୂର୍ଣ୍ଣଛେଦ ପକାଇଛନ୍ତି ବିଜେଡି ସୁପ୍ରିମୋ । ଜାତୀୟ ଗଣମାଧ୍ୟମ ଟାଇମ୍‌ସ ଅଫ ଇଣ୍ଡିଆକୁ ସାକ୍ଷାତକାର ଦେଇ ତାଙ୍କ ପରିବାର କେହିବି ସଦସ୍ୟ ରାଜନୀତିକୁ ଆସିବେ ନାହିଁ ବୋଲି କାହିଁଛନ୍ତି ନବୀନ । ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ପରେ ନବୀନଙ୍କ ଲୋକପ୍ରିୟତା ଏବେ ଶିଖର ଛୁଇଁଛି। ବିଧାନସଭାରେ ନବୀନ ପାଇଥିବା ସଫଳତାର ଫର୍ମୁଲା ଜାଣିବାକୁ ସମସ୍ତେ ଆଗ୍ରହୀ। ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନ , ସେ ଏଥର ଦୁଇଟି ଆସନ ହିଞ୍ଜିଳି ଓ ବିଜେପୁରରୁ ଲଢି ଜିତିଛନ୍ତି। ନିୟମ ଅନୁସାରେ ତାଙ୍କୁ ଗୋଟିଏ ଛାଡିବାକୁ ପଡିବ। ତେଣୁ ସେ ଏହି ଆସନ ଛାଡିଲେ, ତାଙ୍କ ପରିବାରରୁ କେହି ଏହି ଆସନରେ ଲଢିବେ କି? ଏହି ପ୍ରଶ୍ନର ଉତ୍ତର ଦେଇ ନବୀନ ସଫାସଫା କହିଥିଲେ ତାଙ୍କ ପରିବାରରୁ ଆଉ କେହି ରାଜନୀତିକୁ ଆସିବେ ନାହିଁ। ଏପରିକି ସେ କେଉଁ ଆସନଟି ଛାଡିବେ, ତାହା ମଧ୍ୟ ସ୍ଥିର କରିନଥିବା ନବୀନ ଟାଇମ୍‌ସ ଅଫ ଇଣ୍ଡିଆକୁ କହିଛନ୍ତି। ତେବେ ତାଙ୍କ ପରେ ବିଜେଡିର ନେତୃତ୍ୱ କିଏ ନେବ ପ୍ରଶ୍ନର ଉତ୍ତରରେ ନବୀନ କହିଛନ୍ତି ଯେ, ଲୋକେ ଦଳର ପରବର୍ତ୍ତୀ ନେତା ବାଛିବେ। ଫଳରେ ନବୀନ ତାଙ୍କ ବଡ଼ଭାଇଙ୍କ ପୁଅ ଅରୁଣ ପଟ୍ଟନାୟକଙ୍କୁ ବିଜେଡିର ଉତ୍ତରାଧିକାରୀ କରିପାରନ୍ତି ବୋଲି ଯେଉଁ ଚର୍ଚ୍ଚା ଆଲୋଚନା ଲାଗିରହିଥିଲା ତାହାର ସମାପ୍ତି ଘଟିଛି।

Previous କୋଚିଂ ସେଣ୍ଟରରେ ଅଗ୍ନିକାଣ୍ଡ ଘଟଣା: ପରିଚାଳକଙ୍କୁ ଅଟକ ରଖିଲା କ୍ରାଇମବ୍ରାଂଚ, ଗଲାଣି ୨୦ ଜୀବନ
Next ରାଜ୍ୟ ସଂଗ୍ରହାଳୟରେ କଳ୍ପନା ଦାସଙ୍କୁ ଶ୍ରଦ୍ଧାଞ୍ଜଳି, ପ୍ରଦର୍ଶିତ ହେଲା ପୋଷାକ

No Comment

Leave a reply

Your email address will not be published. Required fields are marked *