ଆଜି ଓଡିଶାର ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୨୧ତମ ଶ୍ରାଦ୍ଧ ଦିବସ । ବିଧାନସଭା ଏବଂ ଫରେଷ୍ଟ ପାର୍କରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପର୍ଣ କରିଛନ୍ତି ତାଙ୍କର ସୁପୁତ୍ର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ । ପୁରୀ ସ୍ୱର୍ଗଦ୍ୱାରସ୍ଥିତ ବିଜୁ ବାବୁଙ୍କ ସ୍ମୃତି ସ୍ୱମ୍ଭରେ ମଧ୍ୟ ପୁଷ୍ପ ଗୁଚ୍ଛ ଅର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ । ରାଜ୍ୟର ବହୁ ରାଜନେତା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ତାଙ୍କର ବଳିଷ୍ଠ ନେତୃତ୍ୱ ଏବଂ ଅସୀମ ବୀରତ୍ୱର ସ୍ମୃତି ଚାରଣ କରିଥିଲେ । ଟଲ୍ ମ୍ୟାନ ବିଜୁ ବାବୁଙ୍କ ସମ୍ମାନାର୍ଥେ ଭୁବନେଶ୍ୱରସ୍ଥିତ ଅନ୍ତର୍ଜାତୀୟ ବିମାନ ବନ୍ଦରଠାରେ ଏକ ବାଲୁକା କଳା ପ୍ରସ୍ତୁତ କରିଛନ୍ତି ଖ୍ୟାତିସମ୍ପନ୍ନ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ।
ଆଜି ଟଲ୍ ମ୍ୟାନଙ୍କ ପବିତ୍ର ଶ୍ରାଦ୍ଧ ଦିବସ
Naveen Pattnaik paid tribute to Biju babu

No Comment