ଆକ୍ସନ ମୋଡରେ ନବୀନ, କାଲିମେଳାରେ ନିର୍ବାଚନ ପ୍ରଚାରକରି ବିରୋଧୀଙ୍କୁ ଟାର୍ଗେଟ କଲେ

naveen pattnaik on kalimela

ମାଓ ପ୍ରବଣ ଜିଲା ମାଲକାନଗିରି କାଲିମେଳାରେ  ଆୟୋଜିତ ସମାବେଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଯୋଗ ଦେଇ ନିର୍ବାଚନ ପ୍ରଚାର କରିଛନ୍ତି । ଜୟ ଜଗନ୍ନାଥ, ଆପଣ ସମସ୍ତଙ୍କୁ ମୋର ନମସ୍କାର କହି ମୁଖ୍ୟମନ୍ତ୍ରୀ ଓଡିଆରେ ଭାଷଣ ଆରମ୍ଭ କରିବା ସହ କହିଥିଲେ ଆପଣମାନେ ଏତେ ଖରାରେ ଆସିଛନ୍ତି, ମୁଁ ବି ଆସିଛି । ଆପଣମାନେ ଖୁସୀ ତ ବୋଲି ପଚାରିଥିଲେ । ପରେ କିଛି ତଥ୍ୟ ରଖି ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି କହିଥିଲେ, ବନ୍ୟା ବାତ୍ୟା ହେଲା, କେହି ଆସିଲେନି କିନ୍ତୁ ଏବେ ଭୋଟ୍ ପାଇଁ ଆସିଗଲେ । କେନ୍ଦ୍ର ସରକାର କାହା ସ୍ବାର୍ଥରେ କେବିକେ ଯୋଜନା ବନ୍ଦ କଲେ । ଗରିବ ଏସସି , ଏସଟି ପିଲାଙ୍କ ବୃତ୍ତି ବନ୍ଦ କଲେ । ଓଡିଶା ପ୍ରତି ଏମାନଙ୍କ ଦରଦ ଏମିତି । ବିଜେପିର ବଡ ବଡ ନେତାମାନେ ଏବେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ସାଢେ ୪ କୋଟି ଓଡିଶାବାସୀ ମୋ ପରିବାର । ମୁଁ ସବୁବେଳେ ଆପଣମାନଙ୍କ ସହିତ ରହିଛି ଏବଂ ଆଗକୁ ରହିବି । ଆପଣମାନେ ମୋତେ ଆର୍ଶୀବାଦ କରନ୍ତୁ । ୨ ସାଂସଦ ଓ ବିଧାୟକଙ୍କୁ ଭୋଟ ଦେବା ପାଇଁ ଭୋଟ ନବୀନ ନିବେଦନ କରିଥିଲେ । ଶଙ୍ଖ ଚିହ୍ନରେ ଭୋଟ ଦେବାପାଇଁ ଆହ୍ୱାନ ଦେଇଛନ୍ତି ନବୀନ ।

Previous ରିଲିଜ୍‌ ହେଲା ଜନ୍‍ ଆବ୍ରାହମ୍‍ଙ୍କ ‘ରୋମିଓ ଆକବର ୱାଲଟର୍‍’
Next ମେ ତୃତୀୟ ସପ୍ତାହରେ ପ୍ରକାଶ ପାଇବ ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ

No Comment

Leave a reply

Your email address will not be published. Required fields are marked *