‘ବନ୍ଦେ ଭାରତ ଏକ୍ସପ୍ରେସ୍‌’ ଚଳାଚଳ ଆରମ୍ଭ

national prime minister Modi will show green flag to vande bharat express train

ନୂଆଦିଲ୍ଲୀରୁ ଉତ୍ତରପ୍ରଦେଶର ବାରାଣସୀ ମଧ୍ୟରେ ‘ବନ୍ଦେ ଭାରତ ଏକ୍ସପ୍ରେସ୍‌’ର ଚଳାଚଳ ଆଜିଠୁ ଆରମ୍ଭ ହୋଇଛି। ୩୦ ବର୍ଷର ପୁରୁଣା ଶତାବ୍ଦୀ ଏକ୍ସପ୍ରେସ୍‌ ବଦଳରେ ଏହି ଦ୍ରୁତଗାମୀ ଏକ୍ସପ୍ରେସ୍‌ ଚଳାଚଳ କରିବ। ନୂଆଦିଲ୍ଲୀ ଷ୍ଟେସନ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରେଳମନ୍ତ୍ରୀ ପୀୟୂଷ ଗୋଏଲଙ୍କ ଉପସ୍ଥିତିରେ ଏହାର ଶୁଭାରମ୍ଭ ହୋଇଛି ।ସଂପୂର୍ଣ୍ଣ ଭାରତୀୟ ଜ୍ଞାନ କୌଶଳରେ ନିର୍ମିତ ଏହି ଟ୍ରେନ୍‌ ପାଖାପାଖି ଘଣ୍ଟାପ୍ରତି ୧୬୦ କିଲୋମିଟର ବେଗରେ ଗତି କରିବ । ପ୍ରଥମେ ଏହି ଟ୍ରେନ୍‌ର ନାଁ ‘ଟ୍ରେନ୍ ୧୮’ ରହିଥିବାବେଳେ ପରେ ଏହାକୁ ବଦଳାଇ ‘ବନ୍ଦେ ଭାରତ ଏକ୍ସପ୍ରେସ୍‌’ ରଖାଯାଇଛି। ୱାଇଫାଇ ସହ ଅତ୍ୟାଧୁନିକ ସୁବିଧା ସୁଯୋଗ ଏଥିରେ ଉପଲବ୍ଧ ରହିଛି । ବିମାନ ଯାତ୍ରା ଭଳି ସମସ୍ତ ସୁବିଧା ଏଥିରେ ଉପଲବ୍ଧ ହେବ। ଉତ୍ତରପ୍ରଦେଶର ରାଏବରେଲିରେ ଇଣ୍ଟେଗ୍ରାଲ୍‌ କୋଚ୍ ଫ୍ୟାକ୍ଟ୍ରିରେ ଭାରତୀୟ ଇଞ୍ଜିନିୟରମାନେ ‘ବନ୍ଦେ ଭାରତ ଏକ୍ସପ୍ରେସ୍‌’କୁ ନିର୍ମାଣ ଓ ବିକଶିତ କରାଇଛନ୍ତି । ଏହି ଟ୍ରେନ୍‌ରେ ବାୟୋ ଭାକ୍ୟୁମ୍‌ ଟଏଲେଟ୍‌ ବ୍ୟବସ୍ଥା ରହିଛି।

Previous ସମସ୍ତ ଯୁକ୍ତ୨ମୂଲ୍ୟାୟନ କେନ୍ଦ୍ରରେ ଲାଗିବ ସିସିଟିଭି କ୍ୟାମେରା
Next ଚଳିତ ବର୍ଷ ପାଇଁ ଆରମ୍ଭ ହେଲା ବରିଷ୍ଠ ନାଗରିକ ତୀର୍ଥଯାତ୍ରା କାର୍ଯ୍ୟକ୍ରମ  

No Comment

Leave a reply

Your email address will not be published. Required fields are marked *