ଜାତୀୟ ସାହାସିକତା ପୁରସ୍କାର ୨୦୧୮ ଆଜି ଘୋଷଣା କରାଯାଇଛି । ଚଳିତ ବର୍ଷ ଏହି ପୁରସ୍କାର ସମଗ୍ର ଦେଶରୁ ୨୧ ଜଣ ପିଲାଙ୍କୁ ମନୋନୀତ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରେ ୮ ଜଣ ବାଳିକା ଓ ୧୩ ଜଣ ବାଳକ ଅଛନ୍ତି । ଏମାନଙ୍କ ମଧ୍ୟରେ ଓଡ଼ିଶାରୁ ୪ ଜଣ ପିଲାଙ୍କ ନାମ ଘୋଷଣା କରାଯାଇଛି । ଅନ୍ୟ ରାଜ୍ୟ ଅପେକ୍ଷା ଓଡ଼ିଶାର ସଂଖ୍ୟା ଅଧିକା ରହିଛି ଏହି ପୁରସ୍କାର ଘୋଷଣା ତାଲିକାରେ । ଜାତୀୟ ସାହାସିକତା ପୁରସ୍କାର ୨୦୧୮ ପାଇଁ ମନୋନୀତ ହୋଇଥିବା ଓଡ଼ିଶାର ପିଲାମାନେ ହେଉଛନ୍ତି ସିତୁ ମଲ୍ଲିକ, ଝିଲି ବାଗ, ରଞ୍ଜିତା ମାଝୀ ଏବଂ ବିଶ୍ୱଜିତ ପ୍ରଧାନ। ଆସନ୍ତା ୨୬ ତାରିଖ ସାଧାରଣତନ୍ତ୍ର ଦିବସ ଅବସରରେ ଦିଲ୍ଲୀରେ ଏହି ଜାତୀୟ ସାହାସିକତା ପୁରସ୍କାର ଦିଆଯିବ ମନୋନୀତ ହୋଇଥିବା ପିଲାମନଙ୍କୁ । ୧୯୫୮ ମସିହା ଫେବ୍ରୁଆରି ୪ ତାରିଖରୁ ପିଲାଙ୍କ ସାହସ ଓ ସେବା ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଉଛି ।
ଓଡ଼ିଶାର ୪ପିଲା ପାଇବେ ଜାତୀୟ ସାହାସିକତା ପୁରସ୍କାର
national award for bravery children

No Comment