ଆରମ୍ଭ ହେଲା ‘ପିଏମ ନରେନ୍ଦ୍ର ମୋଦି’ର ସୁଟିଂ

Narendra modi biopic filming begins in ahmedabad

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୀବନୀ ଉପରେ ଆଧାରିତ ସିନେମା ‘ପିଏମ ନରେନ୍ଦ୍ର ମୋଦି’ର ସୁଟିଂ ଇତି ମଧ୍ୟରେ ଅହମଦାବାଦଠାରେ ଆରମ୍ଭ ହୋଇଯାଇଛି । ସୁଟିଂ ସେଟରୁ ମୋଦିଙ୍କ ଭୂମିକାରେ ଅଭିନୟ କରୁଥିବା ଅଭିନେତା ବିବେକ ଓବରୟ, ନିର୍ମାତା ସନ୍ଦୀପ ସିଂ, ନିର୍ଦେଶକ ଉମଙ୍ଗ କୁମାର ଜାରିକରିଥିବା ଫୋଟରୁ ଏହା ସ୍ପଷ୍ଟ ଜଣାପଡୁଛି । ଏହି ଫୋଟର ତିନିହେଁ କ୍ଲିପର ବୋର୍ଡ ଧରିଥିବାର ନଜରକୁ ଆସିଛି । ‘ପିଏମ ନରେନ୍ଦ୍ର ମୋଦି’ ଫିଲ୍ମରେ ବିବେକଙ୍କ ସହିତ ବୋମନ ଇରାନୀ , ଦର୍ଶନ କୁମାର ପ୍ରମୁଖ ଅଭିନୟ କରିବେ । ଫିଲ୍ମଟିରେ ମୋଦିଙ୍କ ପ୍ରାରମ୍ଭିକ ଜୀବନ, ଚା’ବିକ୍ରୀଠୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ହେବା ପର୍ଯ୍ୟନ୍ତ ସବୁକିଛି ଦେଖିବାକୁ ମିଳିବ । ଚଳିତ ମାସରେ ଫିଲ୍ମର ପୋଷ୍ଟର 23 ଟି ଭାଷାରେ ରିଲିଜ ହୋଇଥିଲା । ଏହାର ଟ୍ୟାଗ ଲାଇନ “ଦେଶ ଭକ୍ତି ହିଁ ମୋର ଶକ୍ତି” ରହିଛି । ମୋଦିଙ୍କ ଜନ୍ମ ସ୍ଥାନ ଗୁଜରାଟ ସମେତ ଦେଶର ଆହୁରି ଅନେକ ସ୍ଥାନରେ ‘ପିଏମ ନରେନ୍ଦ୍ର ମୋଦି’ର ସୁଟିଂ କରାଯିବ ।

Previous ରାଜ୍ୟରେ ବଢିବ ଶୀତ
Next ସହିଦ ସପ୍ତାହରେ ମାତିଲେ ମାଓବାଦୀ,ଯାତ୍ରୀଙ୍କୁ ଓହ୍ଲାଇ ବସ୍‌ରେ ନିଆଁ ଲଗାଇଲେ

No Comment

Leave a reply

Your email address will not be published. Required fields are marked *