୨୧ରେ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଓଡ଼ିଶା ବନ୍ଦ

Nabanirmana krusaka sangathana strike on 21th

ଚାଷୀଙ୍କୁ ପ୍ରାଇସ,ପ୍ରେଷ୍ଟିଜ ଓ ପେନସନ ପ୍ରଦାନ ଦାବିରେ ବହୁଦିନ ଧରି ସ୍ୱର ଉଠାଉଥିବା ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଚଳିତମାସ ୨୧ତାରିଖରେ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ଏହି ବନ୍ଦରେ ରାଜନୈତିକ ଦଳ, ବସ୍ ଓ ଟ୍ରକ୍ ମାଲିକ ସଂଘ, ବ୍ୟବସାୟୀ ଓ ଅନୁଷ୍ଠାନମାନେ ସାମିଲ ହେବା ପାଇଁ ସଂଗଠନ ପକ୍ଷରୁ ଆହ୍ୱାନ ଦିଆଯାଇଛି । ଏକ ସାମ୍ବାଦିକ ସମ୍ମିଳନୀରେ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ଏହି ସୂଚନା ଦେଇଛନ୍ତି। ଏହା ସହ ସେ କହିଥିଲେ, ଗଣତାନ୍ତ୍ରିକ ବ୍ୟବସ୍ଥାରେ ସମସ୍ତଙ୍କ ଆନ୍ଦୋଳନ କରିବାର ଅଧିକାର ରହିଥିବା ବେଳେ ଏହି ଅଧିକାରକୁ ରାଜ୍ୟ ପୁଲିସ ଛଡ଼ାଇ ନେଉଛି। ଗତବର୍ଷ ଓ ଚଳିତବର୍ଷ ଚାଷୀମାନେ ଭୁବେନଶ୍ବରରେ ଆନ୍ଦୋଳନ କରିବାକୁ ଚାହୁଁଥିବା ବେଳେ ପୁଲିସ ଏହାକୁ ଭଣ୍ଡୁର କରିଛି। ଏପରିକି ସଂଗଠନର କର୍ମକର୍ତାଙ୍କୁ ପୁଲିସ ଘରୁ ଉଠାଇ ନେଉଛି। ନବନିର୍ମାଣ କୃଷକ ସଂଗଠନ ଚାଷୀଙ୍କୁ ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନସନ୍ ଦାବି ନେଇ ଦୀର୍ଘ ବର୍ଷ ହେବ ଆନ୍ଦୋଳନ କରି ଆସୁଛି। ସେହିଭଳି ସଂଗଠନର ରାଜ୍ୟ ସଂଯୋଜକ ଶେଷାଦେବ ନନ୍ଦ କହିଥିଲେ ଚାଷୀ ଏବେ ରାଜନୀତିର କେନ୍ଦ୍ରବିନ୍ଦୁ ହେଇଥିବା ବେଳେ ଦେଶର କ୍ଷମତା ବଦଳ ଖେଳରେ ମଧ୍ୟ ଆଗରେ ଅଛନ୍ତି ।

Previous କାଲି ପରଦାକୁ ଆସିବ ‘ଗଲି ବଏ’
Next ସରସ୍ୱତୀ ପୂଜା ଭସାଣ ବେଳେ ଗୋଷ୍ଠୀ ସଂଘର୍ଷ

No Comment

Leave a reply

Your email address will not be published. Required fields are marked *