ବନ୍ଦ ସମୟରେ ପରୀକ୍ଷା ପ୍ରଶ୍ନପତ୍ର ପହଁଚିବାରେ କୌଣସି ଅସୁବିଧା ହେବ ନାହିଁ:ନବନିର୍ମାଣ କୃଷକ ସଙ୍ଗଠନ

Navanirmana krusaka sangathana strike on 21th

ପ୍ରାଇସ, ପେଷ୍ଟିଜ ଓ ପେନସନ ଦାବିରେ ନବନିର୍ମାଣ କୃଷକ ସଙ୍ଗଠନ ଆସନ୍ତାକାଲି ଓଡିଶା ବନ୍ଦ ଡକରା ଦେଇଛି । ଏହି ବନ୍ଦକୁ ରାଜ୍ୟ ବିଜେପି ଓ କଂଗ୍ରେସ ସମର୍ଥନ ମଧ୍ୟ ଜଣାଇଛନ୍ତି ହେଲେ ମାଟ୍ରିକ ପରୀକ୍ଷା ତାର ପରଦିନ ଥିବାରୁ ସଂଗଠନର ବନ୍ଦ ଡାକରାକୁ ବିଜେଡି ନିନ୍ଦା କରିବା ସହ ପରୀକ୍ଷା ଆଗଦିନ ବନ୍ଦ ଡାକରା କେତେ ଯଥାର୍ଥ ପ୍ରଶ୍ନ କରିଥିଲା । ମାଟ୍ରିକ ପରୀକ୍ଷା ପୂର୍ବଦିନ ଏହି ହରତାଳ ହେଉଥିବାରୁ ସମସ୍ତଙ୍କ ଚିନ୍ତା ବଢିଯାଇଛି । ଏ ନେଇ ନବନିର୍ମାଣ କୃଷକ ସଙ୍ଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ପରୀକ୍ଷା କେନ୍ଦ୍ରରେ ପ୍ରଶ୍ନପତ୍ର ପହଂଚିବାରେ କୌଣସି ଅସୁବିଧା ହେବ ନାହିଁ । ପ୍ରଶ୍ନପତ୍ର ଗାଡିକୁ ଆମେ ଅଟକାଇବୁ ନାହିଁ । ତେବେ ପରୀକ୍ଷାର୍ଥୀଙ୍କ ଅସୁବିଧା ହେଲେ ସରକାର ଦାୟୀ ରହିବେ ବୋଲି ସଙ୍ଗଠନ ପକ୍ଷରୁ କୁହାଯାଇଛି । ଏହାସହ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନ କରାଯିବ, ପରୀକ୍ଷା ନାଁରେ ସରକାର ଆଳ ଦେଖାଇ ସରକାର ବନ୍ଦକୁ ଭଣ୍ଡାରୁ କରିବାକୁ ଚାହୁଁଛନ୍ତି ବୋଲି କୁହାଯାଇଛି । ସରକାର ଏ ବାବାଦରେ କିଛି ଆଲୋଚନା କରିନାହାନ୍ତି ବୋଲି ବି କହିଛନ୍ତି ନବନିର୍ମାଣ କୃଷକ ସଙ୍ଗଠନର ରାଷ୍ଟ୍ରୀୟ ସଂଯୋଜକ । ସୂଚନା ଥାଉକି ଆସନ୍ତା ୨୨ ତାରିଖରେ ମାଟ୍ରିକ୍ ପରୀକ୍ଷା ଅନୁଷ୍ଠିତ ହେବ।

Previous ପାରିବାରିକ କଳହରୁ ଅଘଟଣ, ନିଆଁରେ ପୋଡି ହୋଇ ଗୋଟିଏ ପରିବାରର ୪ ଗୁରୁତର
Next ‘କୁମକୁମ ଭାଗ୍ୟ’ ଛାଡ଼ିବେ ତନୁ-ଆଲିୟା!

No Comment

Leave a reply

Your email address will not be published. Required fields are marked *