ଆଜି ସେ ବାଚସ୍ପତି ପ୍ରଦୀପ ଅମାତଙ୍କୁ ଭେଟି ନିଜ ଇସ୍ତଫା ପତ୍ର ଦେଇଛନ୍ତି । କଂଗ୍ରେସ ଛାଡି ବିଜେଡିରେ ସାମିଲ ହେବା ପରେ ବିଧାୟକ ପଦରୁ ଆଜି ଇସ୍ତଫା ଦେଇଛନ୍ତି ବରିଷ୍ଠ ରାଜନେତା ନବ ଦାସ । କଂଗ୍ରେସ ଟିକଟ ପାଇ ଝାରସୁଗୁଡା ନିର୍ବାଚନ ଲଢିବା ସହ ବିଜୟୀ ହୋଇ ବିଧାୟକ ହୋଇଥିଲେ ନବ । ଗତ ୨୪ ତାରିଖରେ ସେ କଂଗ୍ରେସ ଛାଡି ବିଜେଡିରେ ସାମିଲ ହୋଇଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସମର୍ଥକଙ୍କ ସହ ଆସି ବିଜେଡ଼ିରେ ଯୋଗଦେଇ ଥିଲେ ନବ । ତାଙ୍କ ସହ ନିଜ ନିର୍ବାଚନୀ ମଣ୍ଡଳର ୫ ବ୍ଲକ ଚେୟାରମାନ ଓ ୮ ଜିଲ୍ଳା ପରିଷଦ ସଭ୍ୟ ମଧ୍ୟ ସେଦିନ ବିଜେଡିରେ ସାମିଲ ହୋଇଥିଲେ । ଦଳ ବିରୋଧୀ କାମ ପାଇଁ ନବଙ୍କୁ ବହିସ୍କୃତ କରାଯାଇଥିବା କଂଗ୍ରେସ କହୁଥିବା ବେଳେ ନବ ତାଙ୍କଆଡୁ ଇସ୍ତଫା ଦେଇଥିବାର କହିଥିଲେ । କେବଳ ସେତିକି ନୁହଁ ସେ ବିଜେଡିରେ ସାମିଲ ହେବା କଥା ମଧ୍ୟ ନିଜ ଇସ୍ତଫା ପାତ୍ରରେ ଲେଖିଥିଲେ ।
ବିଧାୟକ ପଦ ଛାଡିଲେ ନବ
Naba das regined for MLA post

No Comment