ଗରିବଙ୍କ ପାଇଁ ମାଗଣା ହାର୍ଟ ସର୍ଜରୀ ସୁବିଧା

MoU is being signed between State Government and Rajkot Sathya Sai Heart Hospital

ଗରିବ ହୃଦ୍ ରୋଗୀଙ୍କୁ ମାଗଣା ହାର୍ଟ ସର୍ଜରୀ ପାଇଁ ସମସ୍ତ ଖର୍ଚ୍ଚ ଯେଗାଇଦେବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଓ ରାଜକୋଟ ହାର୍ଟ ହସ୍ପିଟାଲ୍ ମଧ୍ୟରେ ଏକ ଚୁକ୍ତିନାମା ସ୍ୱାକ୍ଷର ହୋଇଛି । ସ୍ଥାନୀୟ ସତ୍ୟସାଇ ସେବା ସଂଗଠନ ଓ ସତ୍ୟସାଇ ହାର୍ଟ ହସ୍ପିଟାଲ ରାଜକୋଟର ମିଳିତ ଉଦ୍ୟମରେ ଖାରବେଳନଗର ସାଇଜନନୀଠାରେ ରବିବାର ଆୟୋଜିତ ମେଗା ହୃଦରୋଗ ଚିକିତ୍ସା ଓ ଚିହ୍ନଟ ଶିବିରକୁ ଉଦ୍ଘାଟନକରିବା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଚୁକ୍ତି ସ୍ୱାକ୍ଷର କରିଛନ୍ତି । ଏହି ଚିକିତ୍ସା ଶିବିରରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆସିଥିବା ୧୨୦୦ରୁ ଅଧିକ ହୃଦ୍ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା, ହୃଦରୋଗ ଚିକତ୍ସା ଓ ଅପରେସନ୍ ଆବଶ୍ୟକ କରୁଥିବା ରୋଗୀଙ୍କୁ ଚିହ୍ନଟ କରାଯାଇଥିଲା । ଏହାସହ ଅପରେସନ୍ ଆବଶ୍ୟକ କରୁଥିବା ରୋଗୀଙ୍କୁ ରାଜକୋର୍ଟ ଆର୍ଟ ହସ୍ପିଟାଲ ଓ ଅହମ୍ମଦାବାଦ୍ ହାର୍ଟ ହସ୍ପିଟାଲ ନିଆଯାଇ ଅପରେସନ କରାଯିବ । ଏଥି ପାଇଁ ଉଦ୍ଦିଷ୍ଟ ସମସ୍ତ ଚିକିତ୍ସା ଓ ଯାତାୟତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ଏହି ଚୁକ୍ତିରୁ ଜଣାପଡ଼ିଛି । ସତ୍ୟସାଇ ସେବା ସଂଗଠନ ଦ୍ୱାରା କରାଯାଇଥିବା ଏହି ପ୍ରୟାସ ଅନେକ ଗରିବ ହୃଦ୍ ରୋଗୀଙ୍କ ମୁହଁରେ ହସଫୁଟାଇବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶଂସା କରି କହିଥିଲେ ।

Previous ମେକ୍ ଇନ୍ ଓଡ଼ିଶା କନକ୍ଳେଭ: ୨୦୧୬ ଅପେକ୍ଷା ୨୦୧୮ରେ ପୁଞ୍ଜିଲଗାଣ ଦ୍ୱିଗୁଣିତ
Next ହକି ବିଶ୍ୱକପ ଉଦଘାଟନୀ ଉତ୍ସବ ଅନଲାଇନ ଟିକେଟ ବିକ୍ରି: ସମୟ ଧାର୍ଯ୍ୟ ପରେବି ଖୋଲିଲାନି ସାଇଟ

No Comment

Leave a reply

Your email address will not be published. Required fields are marked *