୪ଟି ରୁ ଗୋଟିଏ ଲଞ୍ଚକୁ ଛାଡିଲେ ମାଓବାଦୀ,ଲାଗିଛି ଭୋଟ ବର୍ଜନ ପାଇଁ ପୋଷ୍ଟର

motor launch detain by maoist

କିଛି ଦିନର ନୀରବତା ପରେ ମାଲକାନାଗିରି ଚିତ୍ରକୋଣ୍ଡାରେ ପୁଣି ମାଓବାଦୀମାନେ ନିଜର ସ୍ଥିତି ଜାହିର କରିଛନ୍ତି । ନିର୍ବାଚନକୁ ପ୍ରଭାବିତ କରିବା ପାଇଁ ମାଓବାଦୀମାନେ ଦୁଇ ଦିନ ହେଲା ୪ଟି ମୋଟର ଲଞ୍ଚ ଓ ୧୨ ଜଣ କର୍ମଚାରୀଙ୍କୁ ଅଟକ ରଖିଥିବା ବେଳେ ଆଜି ସମସ୍ତ କର୍ମଚାରୀ ଓ ଗୋଟିଏ ଲଞ୍ଚକୁ ଛାଡିଛନ୍ତି । ଗତ କାଲି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହୋଇଥିବା ବେଳେ ଏହାକୁ ଭଣ୍ଡୁର କରିବା ପାଇଁ ମାଓବାଦୀମାନେ ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ବୁଧବାର ଦିନ ୨ଟି ଲଞ୍ଚ ଅଟକ ରଖିଥିଲେ । ପରେ ଗତକାଲି ମଧ୍ୟ ଅନ୍ୟ ୨ଟି ଲଞ୍ଚ ଅଟକ ରଖିଥିଲେ । ଫେରିଥିବା ଲଞ୍ଚରେ ଡ୍ରାଇଭର, ହେଲପର ଏବଂ ଖଲାସୀ ସୁରକ୍ଷିତ ଭାବେ ଫେରିଛନ୍ତି । ଉକ୍ତ ଲଞ୍ଚରେ ଭୋଟ ବର୍ଜନ ସମ୍ପର୍କିତ ପୋଷ୍ଟର ଲାଗିଥିବା ଦେଖିବାକୁ ମଳିଛି । ଭୋଟ ବର୍ଜନ ପାଇଁ ଲଞ୍ଚ ଗୁଡିକୁ ଅଟକ ରଖାଯାଇଛି ବୋଲି ପୋଷ୍ଟରରେ ଉଲ୍ଲେଖ ରହିଛି । ଏହା ସହ ୩୧ ଦଫା ପୂରଣ ନହେବାରୁ ଲଞ୍ଚକୁ ଅଟକ ରଖାଯାଇଥିବା ପୋଷ୍ଟରରେ ଉଲ୍ଲେଖ ରହିଛି । ଏହି ଲଞ୍ଚଗୁଡିକ କୁନ୍ତୁରପଦର-ଯୋଡ଼ାଆମ୍ବ-ପଣସପୁଟକୁ ଯୋଗାଯୋଗର ମାଧ୍ୟମ ବୋଲି ସ୍ଥାନୀୟଲୋକେ କହିଛନ୍ତି । ଅନ୍ୟ ପଟରେ ଓଡିଶା-ଝାଡଖଣ୍ଡ ସୀମାନ୍ତରେ ଲଙ୍କାକାଣ୍ଡ ଘଟାଇଛନ୍ତି । ଓଡିଶା-ଝାଡଖଣ୍ଡ ସୀମାନ୍ତରେ ଥିବା ବନବିଭାଗର ନିର୍ମାଣଧୀନ କୋଠାକୁ ମାଓବାଦୀମାନେ ବିସ୍ଫୋରଣ କରି ଉଡାଇ ଦେଇଛନ୍ତି ।

Previous ପାଣ୍ଠିର ପୂର୍ଣ୍ଣ ବିବରଣୀ ଦେବେ ରାଜନୈତିକ ଦଳ: ସୁପ୍ରିମ କୋର୍ଟ
Next ରାଜ୍ୟରେ ବିଜେପି ସରକାର ଆସିଲେ ଚିଟଫଣ୍ଡ ଅଭିଯୁକ୍ତମାନଙ୍କୁ ଜେଲ୍‌ ପଠାଯିବ:ଅମିତ ଶାହ

No Comment

Leave a reply

Your email address will not be published. Required fields are marked *