ଚଳିତ ବର୍ଷ କମିପାରେ ମୌସୁମୀ ବର୍ଷା। ପାଣିପାଗ ପୂର୍ବାନୁମାନ କରୁଥିବା ସଂସ୍ଥା ସ୍କାଇମେଟ୍ ପକ୍ଷରୁ ଆଶଙ୍କା ପ୍ରକାଶ କରାଯାଇଛି । ପ୍ରଶାନ୍ତ ମହାସାଗରରେ ପାଗ ଅନୁକୂଳ ନଥିବାରୁ ଏଥର ଅପେକ୍ଷାକୃତ ବର୍ଷା କମ୍ ହେବ ବୋଲି ଏହି ସଂସ୍ଥା ପକ୍ଷରୁ ଆକଳନ କରି ସୂଚନା ଦିଆଯାଇଛି । ଗତ ୫-୬ ବର୍ଷ ହେଲା ପର୍ଯ୍ୟାପ୍ତ ପରିମାଣର ମୌସୁମୀ ବର୍ଷା ହେଉ ନାହିଁ। ଜୁନ୍-ଜୁଲାଇରେ ସ୍ୱାଭାବିକଠାରୁ କମ୍ ବର୍ଷା ହେବ। ଏହାର ମୁଖ୍ୟ କାରଣ ଏଲ୍ନିନୋ ବୋଲି କୁହାଯାଉଛି। ଅଷ୍ଟ୍ରେଲିଆର ପାଣିପାଗ ବିଭାଗର ସୂଚନା ଅନୁସାରେ ଏ ବର୍ଷ ମଧ୍ୟ ଏଲ୍ନିନୋ ହେବାର ୭୦ ପ୍ରତିଶତ ସମ୍ଭାବନା ଅଛି। ଏହାର ପ୍ରଭାବରେ ସମୁଦ୍ରରେ ତାପମାତ୍ରା ଅପେକ୍ଷାକୃତ ଅଧିକ ରହିବ। ଏହାର ପ୍ରତିକୂଳ ପ୍ରଭାବ ଭାରତର ମୌସୁମୀ ବର୍ଷା ଉପରେ ପଡ଼ିବ ବୋଲି ଆଶଙ୍କା କରାଯାଉଛି। ତେବେ ଭାରତର ପାଣିପାଗ ସଂସ୍ଥା ପକ୍ଷରୁ ଗତ ମାସରେ କୁହାଯାଇଥିଲା ଯେ, ମେ’ ମାସ ଯାଏ ଏଲ୍ନିନୋ ପ୍ରଭାବ ରହିବ। ତା’ ପରେ ଏହା ହ୍ରାସ ପାଉଥିବାରୁ ଦେଶରେ ମୌସୁମୀ ବର୍ଷାରେ ତାର ପ୍ରଭାବ ପ୍ରାୟତଃ ପଡ଼ିବ ନାହିଁ।
ଚଳିତ ବର୍ଷ କମିବ ମୌସୁମୀ ବର୍ଷା!
monsoon will not be normal this year

No Comment