ସହିଦନଗର ଥାନାରେ ଆଇଆଇସି ଓ ଡିସିଓଙ୍କ ସମେତ ୪ ପୋଲିସ ଅଧିକାରୀଙ୍କୁ ଦୁବୃର୍ତଙ୍କ ସଂଘବଦ୍ଧ ଆକ୍ରମଣ। ଗୁରୁତର ଡିସିଓ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି, ଥାନାରେ ଭଙ୍ଗାରୁଜା ସହ ୧୫ରୁ ୨୦ ଦୁର୍ବୃତ୍ତ ଆକ୍ରମଣ କରିଥିବା ସୂଚନା ମିଳିଛି । ଗତକାଲି ବିଳମ୍ବିତ ରାତିରେ ହେପାଜତରେ ଥିବା ତିନି ଜଣ ଅଭିଯୁକ୍ତଙ୍କୁ ୮ରୁ ୧୦ଜଣ ଦୁବୃର୍ତ ଆକ୍ରମଣ କରିଥିଲେ, ସମୟରେ ପୁଲିସ ଅଟକାଇବାରୁ ଆକ୍ରମଣର ଶିକାର ହୋଇଛନ୍ତି । ଏଥିରେ ଆଇଆଇସି ବିରଂଚି ପତି ଓ ଏଏସଆଇ ଏମସିଏଚ୍ ମୁର୍ମୁଙ୍କ ସମେତ ୪ଜଣ ପୁଲିସ ଗୁରୁତର ଆହତ ହୋଇଛନ୍ତି ।ଖାଲି ସେତିକି ନୁହେଁ ଦୁବୃର୍ତମାନେ ଥାନାରେ ଭଙ୍ଗାରୁଜା କରିଛନ୍ତି। ଏ ଘଟଣାରେ ପୋଲିସ କମିସନର ସତ୍ୟଜିତ ମହାନ୍ତିଙ୍କ ପ୍ରତିକ୍ରିୟା ଦେଇ କହିଛନ୍ତି,ସିସିଟିଭି ଫୁଟେଜ ଆଧାରରେ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି, ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ସହିଦନଗର ଥାନା ଅଧିକାରୀଙ୍କୁ ଦୁବୃର୍ତଙ୍କ ସଂଘବଦ୍ଧ ଆକ୍ରମଣ
miscreants vandalise saheed nagar police station

No Comment