ଟଙ୍କପାଣି ରୋଡରେ ସିକ୍ୟୁରିଟି ଗାର୍ଡକୁ ଗୁଳିମାଡ

miscreants shot to kalyan mandap security guard

ଭୁବନେଶ୍ୱର ଆଜି ଘଟିଛି ଦୁଇଦୁଇଟି ମରଣାନ୍ତକ ଆକ୍ରମଣ ଘଟଣା। ସକାଳେ ଟଙ୍କପାଣି ରୋଡରେ ଗୁଳିମାଡରେ ଜଣେ ସିକ୍ୟୁରିଟି ଗାର୍ଡ ଗୁରୁତର ଆହତ ହୋଇଛନ୍ତି। ଆହତ ସିକ୍ୟୁରିଟି ଗାର୍ଡ ହେଉଛନ୍ତି ଜ୍ଞାନେନ୍ଦ୍ର ମଲ୍ଲିକ । ବାଇକରେ ୨ ଜଣ ଦୁବୃର୍ତ୍ତ ଆସି ଗୁଳିମାଡ କରିଥିବାର ଜଣାପଡିଛି । ଜ୍ଞାନେନ୍ଦ୍ରଙ୍କ କାନ୍ଧରେ ଗୁଳି ବାଜିଥିବା ବେଳେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୁଲିସି ଘଟଣାର ଅନୁସନ୍ଧାନ କରିଥିବା ବେଳେ ଏହି ଗୁଳିକାଣ୍ଡର ସ୍ପଷ୍ଟ କାରଣ ଜଣାପଡି ନାହିଁ । ଅନ୍ୟପକ୍ଷରେ ଭୁବନେଶ୍ବର ମାଷ୍ଟରକ୍ୟାଣ୍ଟିନରେ ଆଉ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଫୁଟ୍‌ପାଥରେ ଶୋଇଥିବା ବେଳେ ଏହି ଆକ୍ରମଣ ଘଟାଇଛି ଅଜଣା ବ୍ୟକ୍ତି, ଏପର୍ଯ୍ୟନ୍ତ ଉଭୟଙ୍କ ପରିଚୟ ମିଳିନାହିଁ କି କାରଣ ଅସ୍ପଷ୍ଟ ହୋଇନାହିଁ । ଗୁରୁତର ଯୁବକକୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Previous ସରିଲା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ
Next କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଦେଲେ ଇସ୍ତଫା ଦେଲେ ସାଲେପୁର ବିଧାୟକ ପ୍ରକାଶ ବେହେରା

No Comment

Leave a reply

Your email address will not be published. Required fields are marked *