ହକି ବିଶ୍ୱକପ ଉଦଘାଟନୀ ଉତ୍ସବ ଅନଲାଇନ ଟିକେଟ ବିକ୍ରି: ସମୟ ଧାର୍ଯ୍ୟ ପରେବି ଖୋଲିଲାନି ସାଇଟ

Men’s Hockey World Cup 2018, Online Sale Tickets For Opening Ceremony

ହକି ବିଶ୍ୱକପର ଉଦଘାଟନୀ ଉତ୍ସବ ପାଇଁ ଆଜିଠାରୁ ଅନଲାଇନରେ ଟିକେଟ ବିକ୍ରି ଆରମ୍ଭ ହେବ ବୋଲି ଘୋଷଣା କରାଯାଇଥିଲା । ଦିନ ୧୨ଟା ସମୟରେ ଅନଲାଇନରେ ଟିକେଟ ବିକ୍ରି ହେବ ଆଉ ଏହି ସମୟକୁ ଅପେକ୍ଷା କରି ବସିଥିଲେ ହକିପ୍ରେମୀ । ହେଲେ ଦିଆଯାଇଥିବା ସାଇଟ ଖୋଲିବା ବେଳକୁ booking closed ଓ coming soon ଦେଖାଇଥିଲା। ୨୭ ଓ ୨୮ ଦୁଇଦିନ ଧରି ଭୁବନେଶ୍ୱର ଓ କଟକରେ ଆୟୋଜିତ ହେଉଥିବା ଉଦଘାଟନୀ ଉତ୍ସବ ପାଇଁ ଅନଲାଇନ ଟିକେଟ ଆଜିଠାରୁ ମିଳିବ ବୋଲି  ହକି ଇଣ୍ଡିଆ ପକ୍ଷରୁ ପୂର୍ବରୁ ଘୋଷଣା କରାଯାଇଥିଲା । ଉଦଘାଟନୀ ଉତ୍ସବ ପାଇଁ ଟିକେଟ କିଣିବାକୁ ଚାହୁଁଥିବା ହକିପ୍ରେମୀମାନେ www.ticketgenie.in ସାଇଟକୁ ଯାଇ ଅନଲାଇନରେ ଟିକେଟ କିଣିବା ପାଇଁ କୁହାଯାଇଥଇଲେ ମଧ୍ୟ ଟିକେଟ ମିଳି ପାରିନି ଦର୍ଶକଙ୍କୁ । ଅନଲାଇନରେ ଟିକେଟ କିଣିବାପରେ ୨୨ ତାରିଖ ଅପରାହ୍ନ ୩ଟା ସମୟରେ କଳିଙ୍ଗ ଷ୍ଟାଡିୟମର ୪ ନମ୍ବର ଗେଟ କାଉଣ୍ଟରୁ ଟିକେଟ ମିଳିବାର ସୂଚନା ମଧ୍ୟ ଦିଆଯାଇଛି । ଟିକେଟ ନମିଳିବାରୁ ଦର୍ଶକମାନେ ନିରାଶ ହେବ ସହ ଅସନ୍ତୋଷ ପ୍ରକଟ କରିଛନ୍ତି । ଅନ୍ୟପକ୍ଷରେ ଏହି  ଅବ୍ୟବସ୍ଥାକୁ ନେଇ ରାଜ୍ୟସରକାର କହିଛନ୍ତି ଯେ, ଟିକେଟ ବିକ୍ରି ଦାୟିତ୍ୱ ସମ୍ପୂର୍ଣ୍ଣ ହକି ଇଣ୍ଡିଆର ଏଥିରେ ତାଙ୍କର କୌଣସି ଭୂମିକା ନାହିଁ। ସୂଚନା ଥାଉକି କଳିଙ୍ଗ ଷ୍ଟାଡିୟମରେ ହେବାକୁ ଥିବା ହକି ବିଶ୍ୱକପର ଉଦଘାଟନୀ ଉତ୍ସବ ପାଇଁ ଟିକେଟର ମୂଲ୍ୟ ୫୦୦ ଟଙ୍କା ଥିବା ବେଳେ ବାରବାଟୀ ଷ୍ଟାଡିୟମରେ ହେବାକୁ ଥିବା ଉଦଘାଟନୀ ଉତ୍ସବର ଟିକେଟର ମୂଲ୍ୟ ୧୦୦ରୁ ୫୦୦ ଟଙ୍କା ରହିଛି ।

ଉଦଘାଟନୀ ଉତ୍ସବ ପାଇଁ କୌଣସି ପାସର ବ୍ୟବସ୍ଥା କାରାଯାଇ ନାହିଁ । କଳିଙ୍ଗ ଷ୍ଟାଡିୟମ ପାଇଁ ପ୍ରାୟ ୧୨୦୦୦ ଟିକେଟ ଓ ବାରବାଟୀ ଷ୍ଟାଡିୟମ ପାଇଁ ୩୦୦୦୦ ଟିକେଟ ବିକ୍ରି ପାଇଁ ଲକ୍ଷ୍ୟ ରଖାଯାଇଛି । ଗତକାଲି ହକି ଇଣ୍ଡିଆର ସିଇଓ ଏଲାନା ନରିମାନ ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଭେଟି ଉଦଘାଟନୀ ଉତ୍ସବର ପ୍ରଥମ ଟିକେଟ ଦେଇଥିବା ବେଳେ ଏଥିପାଇଁ ସେ ୫୦୦ ଟଙ୍କା ମଧ୍ୟ ଦେଇଥିଲେ । ହକି ବିଶ୍ୱକପର ଉଦଘାଟନୀ ଉତ୍ସବରେ ବଲିଉଡ କଳାକାର ଶାହାରୁଖ ଖାନ, ଓସ୍କାର ବିଜେତା ଗୀତିକାର ଏ.ଆର ରେହମାନ ଯୋଗ ଦେଉଥିବାରୁ ଏହାକୁ ନେଇ ହକିପ୍ରେମୀଙ୍କ ମଧ୍ୟରେ ଅନେକ ଉତ୍ସାହ ଦେଖିବାକୁ ମିଳିଛି । ଭାରତ ଖେଳିବାକୁ ଥିବା ମ୍ୟାଚ୍ ଗୁଡିକର ଟିକେଟ ଶେଷ ହୋଇଯାଇଥିବାର ସୂଚନା ମିଳିଛି ।

Previous ଗରିବଙ୍କ ପାଇଁ ମାଗଣା ହାର୍ଟ ସର୍ଜରୀ ସୁବିଧା
Next କାର୍ତ୍ତିକରେ ଜଗନ୍ନାଥ

No Comment

Leave a reply

Your email address will not be published. Required fields are marked *