ମ୍ୟାଟ୍ରିକ ପ୍ରଶ୍ନପତ୍ର ଲିକ୍‌ !

matric exam question papers viral

ଆଜିଠାରୁ ସାରା ରାଜ୍ୟରେ ଆରମ୍ଭ ହୋଇଛି ମ୍ୟାଟ୍ରିକ ପରୀକ୍ଷା। ଏଥିପାଇଁ ସୁରକ୍ଷା ବ୍ୟବସ୍ତା ମଧ୍ୟ କଡାକଡି ହୋଇଛି, ହେଲେ ଆଜି ପ୍ରଥମ ଦିନରୁ ହିଁ ପ୍ରଶ୍ନପତ୍ର ଲିକର ଅଭିଯୋଗ ଆସିଛି । ପରୀକ୍ଷା ଆରମ୍ଭର ମାତ୍ର ଗୋଟିଏ ଘଣ୍ଟା ମଧ୍ୟରେ ସୋସିଆଲ ମିଡିଆରେ ପ୍ରଶ୍ନପତ୍ର ଘୁରି ବୁଲିଥିବା ଅଭିଯୋଗ ହୋଇଛି । ନୂଆପଡ଼ାରେ ମାଟ୍ରିକ ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗ ହୋଇଛି । ପରୀକ୍ଷା ଚାଲିଥିବା ବେଳେ କେମିତି ଭାଇରାଲ ହେଲା ପ୍ରଶ୍ନପତ୍ର ସେନେଇ ଚର୍ଚ୍ଚା ଜୋରଧରିଛି , ଆଜି ଥିଲା ମାତୃଭାଷା ଓଡ଼ିଆର ପରୀକ୍ଷା। ଆଜିଠୁ ମାର୍ଚ ୮ ତାରିଖ ଯାଏ ଚାଲିବାକୁ ଥିବା ଏହି ପରୀକ୍ଷା ୫ ଲକ୍ଷ ୭୨ ହଜାର ୬୯୯ ଛାତ୍ରଛାତ୍ରୀ ଦେଉଥିବା ବେଳେ , ଅସାଧୁ କାର୍ଯ୍ୟକଳାପ ରୋକିବାକୁ ତ୍ରିସ୍ତରୀୟ ସ୍କ୍ବାଡ ବ୍ୟବସ୍ଥା, ୫୮ଟି ଫ୍ଲାଇଂ, ୪୪ଟି ସ୍ବତନ୍ତ୍ର ଓ ୬ଟି ଜୋନାଲ ସ୍କ୍ବାଡ ନିୟୋଜିତ ହେଲା ପରେବି ପ୍ରଶ୍ନପତ୍ର ଭାଇରାଲ ଖବର ଶିକ୍ଷା ବିଭାଗର ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ପ୍ରଶ୍ନପତ୍ର ଲିକ୍‌ ଚର୍ଚ୍ଚା ପ୍ରସଙ୍ଗରେ ମନ୍ତ୍ରୀ ବଦ୍ରି ପାତ୍ରଙ୍କ ପ୍ରତିକ୍ରିୟା ଦେଇ ଏହା ଏକ ଗୁଜବ ହୋଇଥାଇପାରେ, ଅନୁଧ୍ୟାନ କରୁଛୁ କଡ଼ା ସୁରକ୍ଷା ମଧ୍ୟରେ ପରୀକ୍ଷା ପରିଚାଳନା ଚାଲିଛି, ୪୦୦ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲାଗିଛି, ପରୀକ୍ଷା କେନ୍ଦ୍ରରେ ଫୋନ୍‌ ବ୍ୟାନ୍‌ କରାଯାଇଛି ବୋଲି କହିଛନ୍ତି ।

Previous ଆଜିଠୁ ମ୍ୟାଟ୍ରିକ ପରୀକ୍ଷା,୨ ୯୫୩ଟି କେନ୍ଦ୍ରରେ ୫ ଲକ୍ଷ ୮୭ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଲେ
Next ‘ସିଓଲ୍ ଶାନ୍ତି ପୁରସ୍କାର’ ପାଇଲେ ମୋଦି

No Comment

Leave a reply

Your email address will not be published. Required fields are marked *