ମଜାରେ ମଜାରେ ଗଣିତ ଶିଖନ୍ତୁ

math study on smart way

ଚଳିତ ମାସଠାରୁ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡ଼ିକରେ ପରୀକ୍ଷା ଆରମ୍ଭ ହେବାକୁ ଯାଉଛି । ଏଥିପାଇଁ ଛାତ୍ରଛାତ୍ରୀମାନେ ପ୍ରସ୍ତୁତୀବି ଜୋରଦାର କରୁଛନ୍ତି ହେଲେ ଅନେକ ଗଣିତ ବିଷୟକୁ ନେଇ ଭୟଭୀତ ଥିବେ । ଯଦି ଆପଣ ଗଣିତରେ ଦୁର୍ବଳ ତେବେ ଏହି କିଛିଟି ସ୍ମାର୍ଟ ଉପାୟ ଆପଣାନ୍ତୁ ଯାହାଦ୍ୱାରା ଗଣିତ ପଢିବା ସହଜ ହୋଇଯିବ ।
– ପ୍ରଥମେ ଏକ ପୃଥକ ନୋଟ୍ ପ୍ରସ୍ତୁତ କରନ୍ତୁ ।
– ବିଜଗଣିତ ଓ ଜ୍ୟାମିତି ସମସ୍ତ ସୂତ୍ର ଗୁଡ଼ିକର ତାଲିକା ପ୍ରସ୍ତୁତ କରନ୍ତୁ ଓ ତାହାକୁ ନଜରପଡ଼ୁଥିବା ସ୍ଥାନରେ ଯେପରି କବାଟ, ଝରକା, ଆଲମାରିରେ ଲାଗାନ୍ତୁ । ଏଭଳି କରିବା ଦ୍ୱାରା ଅତି ସହଜରେ ସୂତ୍ରଗୁଡ଼ିକ ମନ ରଖିପାରିବେ ।
– ପ୍ରଶ୍ନକୁ ପାରମ୍ବାର ପଢନ୍ତୁ, ଏବଂ ତାହୁକୁ ସମାଧାନ କରିବା ଆରମ୍ଭ କରନ୍ତୁ ।
– ସରଳ ଉଦାହରଣ ଓ ସୂତ୍ର ବ୍ୟବହାର କରିବାକୁ ଚେଷ୍ଟା କରନ୍ତୁ । ଏହାସହ ପ୍ରତିଯୋଗୀତା ମୂଳକ ପରୀକ୍ଷା ପାଇଁ ସଟକଟ୍ ସୂତ୍ର ମନରଖନ୍ତୁ । ଏଭଳି କରିବା ଦ୍ୱାରା ଅଳ୍ପ ସମୟ ମଧ୍ୟରେ ଅଧିକ ଗଣିତ କରିପାରିବେ ।
– ନିୟମୀତ ଅଭ୍ୟାସ କରିବା ଆବଶ୍ୟକ । ଗଣିତ ଏମିତ ଏକ ପାଠ ଯାହାକି ଉପଯୁକ୍ତ ସୂତ୍ର ଓ ଅଭ୍ୟାସ ନଥିଲେ କରି ହେବାନାହିଁ ।
– କିଛି ବିଷୟ ଅବୁଝା ରହୁଥିଲେ ଶିକ୍ଷକ ବା ବନ୍ଧୁମାନଙ୍କ ସହାୟତାରେ ତାହାକୁ ସମାଧାନ କରିବାକୁ ଚେଷ୍ଟା କରନ୍ତୁ ।
– ଏହାସହ ଗଣିତକୁ ଦୃଷ୍ୟଶାବ୍ର‌୍ୟ ମଧ୍ୟମ ସହ ସଂଯୋଗ କରି ପଢିବାକୁ ଚେଷ୍ଟା କରନ୍ତୁ ।

Previous ଗଜପତି ଗସ୍ତରେ ମୁଖ୍ୟମନ୍ତ୍ରୀ: ୨୨୦ରୁ ଅଧିକ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ
Next ପୁଲିସ- ମାଓବାଦୀ ଗୁଳି ବିନିମୟ, ୧୦ ମାଓବାଦୀ ନିହତ

No Comment

Leave a reply

Your email address will not be published. Required fields are marked *