ମାଲକାନଗିରିରେ ପୁଣି ମାତିଲେ ମାଓବାଦୀ: ଜଣକ ଗଳା କାଟି ହତ୍ୟା ସହ ଜାଳିଦେଲେ ୨ ଗାଡି

Maoists Kill Man, Torch 2 Vehicles

ମାଲକାନଗିରିରେ ପୁଣି ମାତିଛନ୍ତି ମାଓବାଦୀ। ଗତକାଲି ରାତିରେ ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ କୁକୁରକୁଣ୍ଡ ଗାଁରେ ମାଓବାଦୀମାନେ ଜଣେ ଯୁବକଙ୍କୁ ଗଳା କାଟି ହତ୍ୟା କରିବା ସହ ରାସ୍ତା କାମରେ ନିୟୋଜିତ ଜେସିବି ଏବଂ ହାଇୱା ଜାଳିଦେଇଥିବାର ଖବର ମିଳିଛି। ସୂତ୍ରରୁ ଜଣାପଡିଛି ଯେ ଗତକାଲି ସନ୍ଧ୍ୟା ୭ଟାରେ ମାତିଲି ବ୍ଲକ୍‌ ଅନ୍ତର୍ଗତ ଡୁମୁରିଗୁଡାରେ ୨୦ ରୁ ୩୦ ସଶସ୍ତ୍ର ମାଓବାଦୀ ପହଞ୍ଚିଥିଲେ। ସେଠି ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ କାମ ଚାଲିଥିବା ଠିକାଦାରଙ୍କ ଶିବିରରେ ପହଞ୍ଚି ଠିକାଦାରଙ୍କ ସଂର୍ପକୀୟ ଗୁପ୍ତ ସ୍ୱାଇଁଙ୍କୁ ନିସ୍ତୁକ ମାଡ ମାରିବା ସହ ପରେ ବେକ କାଟି ହତ୍ୟା କରିଥିଲେ। କେବଳ ସେତିକି ନୁହେଁ ଅନ୍ୟ ଜଣେ କର୍ମଚାରୀ କାହ୍ନ ମୁର୍ମୁର ବେକ କାଟିଦେବା ସହ ନିସ୍ତୁକ ମାଡ ମାରିଥିଲେ। ହେଲେ ବହୁ ଚେଷ୍ଟା କରି ମାଓବାଦୀଙ୍କ କବଳରୁ ଖସି ଆସିବାକୁ ସକ୍ଷମ ହୋଇଥିଲେ । ଏବେ ସେ ଗୁରୁତର ଅବସ୍ଥାରେ ମେଡିକାଲରେ ଚିକିତ୍ସିତ ହେଉଥିବାର ଜଣା ପଡିଛି । ଏହାସହ ତୁରନ୍ତ କାମ ବନ୍ଦ କରିବାର ଧମକ ଦେଇ ସେଠାରେ ପୋଷ୍ଟର ମାରି ମାଓବାଦୀମାନେ ସ୍ଥାନ ଛାଡି ଚାଲିଯାଇଥିଲେ। ପୁଲିସି ଉକ୍ତ ଅଞ୍ଚଳରେ ପହଞ୍ଚି ଅନୁସନ୍ଧାନ ଚଳାଇଛି ।

Previous ଆସନ୍ତା ବର୍ଷରୁ ନୂଆ ଢାଞ୍ଚାରେ ହେବ ମାଟ୍ରିକ୍‌ ପରୀକ୍ଷା !
Next ୫୮ ବର୍ଷ ପରେ ଗୁଜୁରାଟରେ କଂଗ୍ରେସର ଓ୍ଵାର୍କିଂ କମିଟି ବୈଠକ

No Comment

Leave a reply

Your email address will not be published. Required fields are marked *