ପୁଣି ମାତିଲେ ମାଓବାଦୀ, କାଟିଲେ କମ୍ପାନୀ ପାଇପ ଲାଇନ

ପୁଣି ମାତିଲେ ମାଓବାଦୀ, କାଟିଲେ କମ୍ପାନୀ ପାଇପ ଲାଇନ

ମାଲକାନଗିରି ପୁଣି ମାତିଲେ ମାଓବାଦୀ । ଏଥର କିନ୍ତୁ ସାଧାରଣ ଜନତାଙ୍କୁ ନୁହେଁ ବରଂ ଏକ ଘରୋଇ କମ୍ପାନୀକୁ ଟାର୍ଗେଟ କରିଛନ୍ତି ମାଓବାଦୀ । ଏସାର (ESSAR) କମ୍ପାନୀର ପାଇପ ଲାଇନ ମାଓବାଦୀମାନେ କାଟି ଦେଇଥିବା ସୂଚନା ମିଳିଛି । ସୂଚନା ମୁତାବକ ଛତିଶଗଡ କିରଲଡଲ ଅଞ୍ଚଳରୁ ବିଶାଖାପଟନମକୁ ଯାଇଥିଲା ଏହି ପାଇପ ଲାଇନ । ବିଚ୍ଛିନ୍ନାଞ୍ଚଳ ଡିଗ୍ ଜନବାହୀ ଅଞ୍ଚଳରେ ମାଓବାଦୀମାନେ ଏହି ପାଇପ ଲାଇନକୁ କାଟି ଦେଇଥିବା ଜଣାପଡିଛି । ଚିତ୍ରକୋଣ୍ଡାରେ ଥିବା କମ୍ପାନୀର କର୍ତ୍ତୃପକ୍ଷ ଗତ ଶନିବାର ଏହି ପାଇପ୍‌ ଲାଇନ୍‌ କଟାଯାଇଥିବା କହିଛନ୍ତି। ପାଇପ୍‌ ଲାଇନ୍‌ କଟି ଥିବାରୁ କମ୍ପାନୀର କାର୍ଯ୍ୟ ବନ୍ଦ ରହିଥିବା ବେଳେ ମାଲକାନଗିରି ପୋଲିସ ଗୁଇନ୍ଦା ଲଗାଇ ଘଟଣାର ଅନୁସନ୍ଧାନ କରୁଥିବା ଜଣାପଡିଛି ।

Previous ଘନକୁହୁଡ଼ି ସାଜିଲା କାଳ : ପୃଥକ ପୃଥକ ସ୍ଥାନରେ ଦୁର୍ଘଟଣା, ୬ରୁ ଅଧିକ ମୃତ
Next ପ୍ରକାଶ ପାଇଲା ରାଜ୍ୟର ଚୂଡ଼ାନ୍ତ ଭୋଟର ତାଲିକା

No Comment

Leave a reply

Your email address will not be published. Required fields are marked *