ମାଓବାଦୀଙ୍କ ସହିଦ ସପ୍ତାହ ପାଳନ: ବସ୍‌ ଜାଳିବା ପରେ ବିଜୁ ଗାଁ ଗାଡ଼ିରେ ମାରିଲେ ପୋଷ୍ଟର

Maoist puts posters in govt bus

ସହିଦ ସପ୍ତାହ ପାଳନ କରୁଛନ୍ତି ମାଓବାଦୀ, ଏହି ଅବସରରେ ସେମାନେ ଯେପରି ରାଜ୍ୟରେ ଅଧିକ ସକ୍ରିୟ ହୋଇପଡିଛନ୍ତି  । ସକାଳେ ମାଲକାନଗିରି ଜିଲ୍ଲା ମାଥିଲି ମୁଣ୍ଡାଗୁଡ଼ାରେ ମାଓବାଦୀମାନେ ଲଙ୍କାକାଣ୍ଡ ଘଟାଇ ଯାତ୍ରୀ ବାହି ବସକୁ ଜାଳି ଦେଇଥିବା ବେଳେ ଏବେ ବିଜୁ ଗାଁ ଗାଡ଼ିରେ ମାଓ ପୋଷ୍ଟର ଲାଗିଥିବାର ଦେଖିବାକୁ ମିଳିଛି । ଭଇଁଷାଦାନୀରୁ ନୂଆପଡ଼ା ଯାଉଥିବା ବିଜୁ ଗାଁ ଗାଡ଼ିରେ ଏହି ବ୍ୟାନର୍‌ ଲାଗିଥିବା ଦେଖିବାକୁ ମିଳିଛି। ସୂଚନା ଅନୁସାରେ, ଗତକାଲି ରାତିରେ ୭ରୁ ୮ ଜଣ ମାଓବାଦୀ ଆସି ଗାଡ଼ିରେ ବ୍ୟାନର୍‌ ଲଗାଇଥିବା କୁହାଯାଉଛି। ବ୍ୟାନର୍‌ରେ ନିରୀହ ଲୋକଙ୍କ ଉପରେ ଯବାନଙ୍କ ଆକ୍ରମଣକୁ ପ୍ରତିବାଦ କରାଯାଇଛି। ତେବେ ନୂଆପଡ଼ା ପୁଲିସ୍ ଖବର ପାଇ ବ୍ୟାନର ଖୋଲି ନେଇଛି। ଏହା ସହ ଜାନୁଆରୀ ୩୧ରେ ଭାରତ ବନ୍ଦକୁ ସମର୍ଥନ ଲାଗି ଏହି ବ୍ୟାନର୍‌ ମାଧ୍ୟମରେ ଅନୁରୋଧ କରାଯାଇଛି। ଓଡ଼ିଶା ରାଜ୍ୟ ମାଓବାଦୀ କମିଟି ପକ୍ଷରୁ ଏହି ବ୍ୟାନର୍‌ ଲଗାଯାଇଥିବାର ଜଣା ପଡିଛି ।ତେବେ ମାଓବାଦୀଙ୍କ ଏହି କାର୍ଯ୍ୟକଳାପରେ ମାଓ ଅଞ୍ଚଳବାସୀ ଭୟଭୀତ ଅଛନ୍ତି ।

Previous କୁଳିଆରେ ଅମିତ ଶାହା
Next ଅବଢ଼ା ଦର ନିର୍ଦ୍ଧାରଣ ପାଇଁ ଚୁଡାନ୍ତ ନିଷ୍ପତି ନେବେ ପରିଚାଳନା କମିଟି !

No Comment

Leave a reply

Your email address will not be published. Required fields are marked *