ମାଓବାଦୀଙ୍କ ଭାରତ ବନ୍ଦ

maoist calls for bhara bandh today

ଆଜି ସଂପୂର୍ଣ୍ଣ ଭାରତ ବନ୍ଦ ଡାକରା ଦେଇଛନ୍ତି ମାଓବାଦୀ । ଗତ ୨୫ ତାରିଖରୁ ଲାଲବାହିନୀ ପ୍ରତିବାଦ ସପ୍ତାହ ପାଳନ କରିଥିବା ବେଳେ ମାଲକାନଗିରି ଜିଲ୍ଲାରେ ଏକାଧିକ ହିଂସାକାଣ୍ଡ ସାଙ୍ଗକୁ ମାଓବାଦୀଙ୍କ ପ୍ରଜାମେଳି ହୋଇଥିବାର ସୂଚନା ରହିଛି । ବିଶେଷ କରି ମାଲକାନଗିରି ସମେତ ଛତିଶଗଡ, ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶରେ ଯାନବାହାନକୁ ଟାର୍ଗେଟ କରିଛନ୍ତି ସେମାନେ । ଗତ ଦୁଇ ଦିନ ତଳେ ମାଲକାନଗିରି ଜିଲ୍ଲା ମହୁପଦର ଅଂଚଳରେ ଘରୋଇ ଯାତ୍ରୀବାହୀ ବସକୁ ପୋଡି ଦେଇଥିବା ବେଳେ ସରକାରୀ ଗାଡ଼ିରେ ପୋଷ୍ଟର ଲଗାଇ ଭାରତ ବନ୍ଦକୁ ସହଯୋଗ କରିବା ପାଇଁ ଅନୁରୋଧ କରିଥିଲେ। ଭାରତ ବନ୍ଦକୁ ଦୃଷ୍ଟିରେ ରଖି ମାଲକାନଗିରି ପୁଲିସ ସୀମାକୁ ସିଲ କରିବା ସହ କମ୍ବିଂ ଅପରେସନକୁ ଜୋରଦାର କରିଛି। ବିଏସଏଫ ତରଫରୁ ମଧ୍ୟ ସେଠାକାର ଗତିବିଧି ଉପରେ ନଜର ରଖାଯାଇଛି। ମାଲକାନଗିରି ଜିଲ୍ଲାକୁ ଯାଉଥିବା ସମସ୍ତ ଘରୋଇ ଓ ସରକାରୀ ବସ ଚଳାଚଳ ବନ୍ଦ ରହିଛି । ସେହିଭଳି ଆଜି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା-ଦାରିଙ୍ଗିବାଡ଼ି ରାସ୍ତାର ପକାଲଡ଼ମି ଘାଟିରେ ମାଓବାଦୀମାନେ ଗଛ ପକାଇ ରାସ୍ତା ଅବରୋଧ କରିଛନ୍ତି। ଏହା ଦ୍ୱାରା ଯାତାୟତ ବାଧାପ୍ରାପ୍ତ ହୋଇଛି। ବାଲିଗୁଡ଼ା-ଦାରିଙ୍ଗିବାଡ଼ି ମଧ୍ୟରେ ଗାଡ଼ି ଚଳାଚଳ ସମ୍ପୂର୍ଣ ବନ୍ଦ ରହିଥିବା ବେଳେ ସେଠାରେ ମାଓବାଦୀଙ୍କ ପୋଷ୍ଟର୍ ଦେଖିବାକୁ ମିଳିଛି । ସେହିପରି କୋଟଗଡ଼-ମୁନିଗୁଡ଼ା ରାସ୍ତାର ସାତନାଳିଆ ସହିତ କଳାହାଣ୍ଡି ଜିଲ୍ଲାର ଫିକରକୁପା-ଢେପାଗୁଡ଼ା ରାସ୍ତାରେ ଲାଲବାହିନୀ ଗଛ ପକାଇ ରାସ୍ତା ଅବରୋଧ କରିଛନ୍ତି। ମାଓବାଦୀଙ୍କ ଭାରତ ବନ୍ଦ ପାଇଁ ଉପାନ୍ତ ଅଞ୍ଚଳବାସୀ ଭୟଭୀତ ଅଛନ୍ତି ।

Previous ଆରମ୍ଭ ହେଲା ବଜେଟ ଅଧିବେଶନ,କଲି ଲୋକସଭାରେ ଉପସ୍ଥାପିତ ହେବ ଅନ୍ତରୀଣ ବଜେଟ
Next ଓଡ଼ିଶାରେ ଅରବିନ୍ଦ କେଜ୍ରିଓ୍ୱାଲ୍

No Comment

Leave a reply

Your email address will not be published. Required fields are marked *