ଆଜି ସନ୍ଧ୍ୟାରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ମନୋହର ପାରିକରଙ୍କୁ ଦିଆଯିବ ଶେଷ ବିଦାୟ

maohar parikar funeral to be held today

ବହୁଦିନ ଧରି ପାନ୍‌କ୍ରିଆଟିକ୍‌ କ୍ୟାନ୍‌ସର୍‌ରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିବା ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକର ଗତକାଲି ସନ୍ଧ୍ୟାରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ଆଜି ସନ୍ଧ୍ୟାରେ  ସଂପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପାରିକରଙ୍କ ଅନ୍ତିମ ସଂସ୍କାର କରାଯିବ। ମୃତ୍ୟୁ ବେଳକୁ ତାଙ୍କୁ ୬୩ ବର୍ଷ ହୋଇଥିଲା । ତାଙ୍କର ଶେଷ ଦର୍ଶନ ପାଇଁ ଗତକାଲିଠାରୁ ପାଣାଜି ସ୍ଥିତ ତାଙ୍କ ବାସଭବନରେ ନେତା, ମନ୍ତ୍ରୀ, ସମର୍ଥକ, ଶୁଭେଚ୍ଛୁ ଏବଂ ବନ୍ଧୁବାନ୍ଧବଙ୍କ ଭିଡ଼ ଲାଗିଛି। ଆଜି ସକାଳ ସାଢ଼େ ୯ଟାରୁ ସାଢ଼େ ୧୦ଟା ଯାଏ ତାଙ୍କ ପାର୍ଥିବ ଶରୀରକୁ ପାଣାଜି ସ୍ଥିତ ରାଜ୍ୟ ବିଜେପି ମୁଖ୍ୟାଳୟରେ ରଖାଯିବା ପରେ  ଏକ ଶୋଭାଯାତ୍ରାରେ କଳା ଏକାଡେମୀକୁ ନିଆଯାଇଛି । ସେଠାରେ ସର୍ବ ସାଧାରଣଙ୍କ ଦର୍ଶନ ବ୍ୟବସ୍ଥା କରାଯାଇଛି। ଅପରାହ୍ନ ୪ଟା ପର୍ଯ୍ୟନ୍ତ ସେଠାରେ ତାଙ୍କ ପାର୍ଥିବ ଶରୀରକୁ ରଖାଯିବ। ସନ୍ଧ୍ୟା ୫ଟାରେ ପାଣାଜିଠାରୁ ପ୍ରାୟ ୪ କିଲୋମିଟର ଦୂର କାମ୍ପାଲର ଏସ୍‌ଏଜି ଗ୍ରାଉଣ୍ଡରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଅନ୍ତିମ ସଂସ୍କାର କରାଯିବ। ଏଥିରେ କେନ୍ଦ୍ର ଗୃହ ମନ୍ତ୍ରୀ ରାଜନାଥ ସିଂହ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ପାରିକରଙ୍କ ବିୟୋଗରେ ଗୋଆ ସରକାର ଆସନ୍ତା ୭ ଦିନ ଯାଏ ଶୋକ ଘୋଷଣା କରିଛନ୍ତି। ଆଜି ରାଜ୍ୟର ସମସ୍ତ ସ୍କୁଲ୍ ଓ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ଆଜି ହେବାକୁ ଥିବା ସମସ୍ତ ପରୀକ୍ଷା ମଧ୍ୟ ବାତିଲ କରି ଦିଆଯାଇଛି।କେନ୍ଦ୍ର ସରକାର ଦିନିକିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି। ସେ ୪ଥର ଗୋଆ ମୁଖ୍ୟମନ୍ତ୍ରୀ ହୋଇଥିବା ବେଳେ ୨୦୧୪ ରୁ ୨୦୧୭ ପର୍ଯ୍ୟନ୍ତ ସେ ଦେଶର ପ୍ରତିରକ୍ଷା ମନ୍ତ୍ରୀ ଥିଲେ ।

Previous ଫୁଲ ଧରିଲେ ବଳଭଦ୍ର ମାଝି
Next ଓଏସଡିଏର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ସୁବ୍ରତ ବାଗଚି

No Comment

Leave a reply

Your email address will not be published. Required fields are marked *