ନିୟମଗିରି ପାହାଡ଼ରୁ ମାଓ କ୍ୟାମ୍ପ ଠାବ

mao camp busted by crpf jawan

ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲା ସୀମାରେ ନିୟମଗିରି ପାହାଡ଼ରୁ ଆଜି ମାଓ କ୍ୟାମ୍ପ ଠାବ ହୋଇଛି। କେନ୍ଦ୍ରୀୟ ସୁରକ୍ଷା ପୁଲିସ ବଳ (ସିଆରପିଏଫ) ଦ୍ୱାରା କମ୍ବିଂ ଅପରେଶନ ବେଳେ ଏହି ମାଓ କ୍ୟାମ୍ପ ଠାବ ହୋଇଛି। ସୂଚନା ଅନୁସାରେ ନିୟମଗିରି ପାହାଡ଼ର ତୁୁଲୁବା ଜଙ୍ଗଲରେ ଏହି କ୍ୟାମ୍ପ ଠାବ କରାଯାଇଛି । ସିଆରପିଏଫ ଯବାନମାନେ ୧୫ଟି ଡିଟୋନେଟର, ୧୫ଟି ଜିଲୋଟିନ ଓ ଗୋଟିଏ ଟିଫିନ ବୋମା ଜବତ କରିଛନ୍ତି। ଚାରିଦିନ ତଳେ ଗନ୍ଧମାର୍ଦନ ପାହାଡ଼ରୁ ମଧ୍ୟ ମାଓ କ୍ୟାମ୍ପ ଠାବ କରିଥିଲେ ସିଆରପିଏଫ ଯବାନମାନେ।

Previous ମାଟ୍ରିକ ପରୀକ୍ଷା ପ୍ରସ୍ତୁତି ଶେଷ ପର୍ଯ୍ୟୟରେ
Next ଆଜିଠୁ ମ୍ୟାଟ୍ରିକ ପରୀକ୍ଷା,୨ ୯୫୩ଟି କେନ୍ଦ୍ରରେ ୫ ଲକ୍ଷ ୮୭ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଲେ

No Comment

Leave a reply

Your email address will not be published. Required fields are marked *