ପଶ୍ଚିମବଙ୍ଗ ସିବିଆଇ-ପୋଲିସ ବିବାଦ: ରାଜୀବ କୁମାରଙ୍କ ଗିରଫରେ ରୋକ ଲଗାଇଲେ ସୁପ୍ରିମକୋର୍ଟ

Mamata banerjee vs cbi kolkata modi government

ପଶ୍ଚିମବଙ୍ଗରେ ସିବିଆଇ-ପୋଲିସ ବିବାଦ ମାମଲାରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ସୁପ୍ରିମକୋର୍ଟରେ ଅତିରିକ୍ତ ସତ୍ୟପାଠ ସିବିଆଇ ପକ୍ଷରୁ ଦାଖଲା କରାଯାଇଛି । ଆଜିର ଏହି ଶୁଣାଣିରେ ସୁପ୍ରିମକୋର୍ଟ ରାଜୀବ କୁମାରଙ୍କୁ ଗିରଫ କରାଯିବ ନାହିଁ ବୋଲି କହିଛନ୍ତି। ଏହାସହ ମେଘାଳୟର ଶିଲଂରେ ସିବିଆଇ ନିକଟରେ ହାଜର ହୋଇ ଚିଟଫଣ୍ଡ ତଦନ୍ତରେ ସହଯୋଗ କରିବା ପାଇଁ ରାଜୀବ କୁମାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ସିବିଆଇ ପ୍ରତି ଅବମାନନା ଯୋଗୁଁ ପୋଲିସ କମିସନର, ଡିଜିପି ଓ ପଶ୍ଚିମବଙ୍ଗ ସରକାରଙ୍କୁ ନୋଟିସ ମଧ୍ୟ ଜାରି କରାଯାଇଛି। ଫେବ୍ରୁଆରି ୨୦ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ସୁପରିମକୋର୍ଟଙ୍କ ନିଷ୍ପତ୍ତି ପରେ ମମତା ବାନାର୍ଜୀ ପ୍ରତିକ୍ରିୟା ଦେଇ କହିଛନ୍ତି ନିଷ୍ପତ୍ତିକୁ ସ୍ୱାଗତ କରୁଛୁ, ନୀତିଗତ ଆଧାରରେ ଆମର ବିଜୟ ହୋଇଛି, ଆମେ ସହଯୋଗ କରିବୁ ନାହିଁ ବୋଲି କେବେ କହିନୁ, ବିନା ନୋଟିସରେ ସିବିଆଇ କମିସନରଙ୍କ ଘରକୁ ଯାଇଥିଲା। ଏହାସହ ଦଳୀୟ ନେତାଙ୍କ ସହ ଆଲୋଚନା ପରେ ଧାରଣା ଜାରି ରହିବ କି ନାହିଁ ନିଷ୍ପତ୍ତି ହେବ ବୋଲି ସେ କହିଛନ୍ତି। ଆଜି ସୁପ୍ରିମ୍‌କୋର୍ଟ ପ୍ରଧାନବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ମାମଲାର ବିଚାର କରିଥିଲେ ।

Previous ନବରଙ୍ଗପୁର,କୋରାପୁଟ ଗସ୍ତରେ ମୁଖ୍ୟମନ୍ତ୍ରୀ
Next ବଲାଙ୍ଗିର ସଇଁତଳାରେ କଲରାପତରିଆ ବାଘର ମୃତଦେହ ଠାବ

No Comment

Leave a reply

Your email address will not be published. Required fields are marked *