ସଫଳତାର ସହ ରାଜ୍ୟ ରାଜଧାନୀରେ ଚାଲିଥିବା ୫ ଦିନିଆ ‘ମେକ୍ ଇନ୍ ଓଡ଼ିଶା କନକ୍ଲେଭ-୨୦୧୮’ ସରିଛି । ଏହା ଥିଲା ମେକ୍ ଇନ୍ ଓଡ଼ିଶା କନକ୍ଲେଭର ଦ୍ୱିତୀୟ ସଂସ୍କରଣ । ଚଳିତ ବର୍ଷର ଏହି କନକ୍ଲେଭରେ ରାଜ୍ୟକୁ ମିଳିଥିବା ପୁଞ୍ଜିଲଗାଣ ଅଭିପ୍ରାୟକୁ ଆସନ୍ତା ଦୁଇ ବର୍ଷ ମଧ୍ୟରେ ଶତକଡ଼ା ୭୫ ଭାଗ କାର୍ଯ୍ୟକାରୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି । ଏହି ଦୁଇ ବାର୍ଷିକ ଫ୍ଲାଗ୍ସିପ୍ ପୁଞ୍ଜିଲଗାଣ ସମ୍ମିଳନୀ ସଫଳତାର ସହିତ ଉଦ୍ଯାପିତ
ହେବା ସହ ଏହି ସମ୍ମିଳନୀ ଓଡ଼ିଶାର ଶିଳ୍ପଦ୍ୟୋଗୀ କ୍ଷେତ୍ରରେ ଏକ ମାଇଲଖଣ୍ଟ ପାଲଟିଛି । ଏଥିରେ ୧୫ଟି କ୍ଷେତ୍ରରେ ୪,୧୯,୫୭୪ କୋଟି ଟଙ୍କାର ପୁଞ୍ଜିଲଗାଣ ସହିତ ୫,୯୧,୦୦୦ରୁ ଅଧିକ କର୍ମ ସଂସ୍ଥାନର ସୁଯୋଗ ସୃଷ୍ଟି ହୋଇଛି । ଚଳିତ ସମ୍ମଳନୀରେ ପୁଞ୍ଜି ଲଗାଣ କ୍ଷେତ୍ରରେ ମିଳିଥିବା ପ୍ରସ୍ତାବ ୨୦୧୬ ପ୍ରଥମ ସଂସ୍କରଣଠାରୁ ଦୁଇଗୁଣ ରହିଛି । ପ୍ରଥମ ସଂସ୍କରଣରେ ପୁଞ୍ଜିଲଗାଣ ୨.୦୩ ଲକ୍ଷ କୋଟି ଟଙ୍କା ରହିଥିଲା । ଏହି ସମ୍ମିଳନୀରେ ଭାରତ ତଥା ବିଶ୍ୱର ବଭିନ୍ନ ସା୍ଥନରୁ ଆସିଥôବ ୫୦୭୪ ଜଣ ଶିଳ୍ପଦ୍ୟୋଗୀ ବା ପ୍ରତିନିଧି ଅଂଶଗ୍ରହଣ କରିଥିବା ବେଳେ ରାଜ୍ୟର ପ୍ରାୟ ୩୨ ହଜାର ବ୍ୟକ୍ତି ଏହି ଶିଳ୍ପ ସମ୍ମିଳନୀ ପରିଦର୍ଶନ କରିଛନ୍ତି । ଜାପାନ ୨୦୧୮ସମ୍ମିଳନୀର ସହଯୋଗୀ ଦେଶ ଥିଲା ।
ରାସାୟନିକ ଏବଂ ଫଟିଲାଇଜର, ପେଟ୍ରୋକେମିକାଲ, ଖାଦ୍ୟପ୍ରକ୍ରିୟାକରଣ, ସ୍ୱାସ୍ଥ୍ୟ ସେବା, ପର୍ଯ୍ୟଟନ, ନବୀକରଣୀୟ ଶକ୍ତି ଏବଂ
ଇଲେକ୍ଟ୍ରୋନିକ୍ସ ପ୍ରଭୃତିି କ୍ଷେତ୍ରରେ ପୁଞ୍ଜି ଲଗାଣର ପ୍ରସ୍ତାବ ମିଳିଛି ରାଜ୍ୟକୁ । ସଡ଼ିଶାକୁ ଶିଳ୍ପ ସମୃଦ୍ଧ ରାଜ୍ୟ ଭାବେ ଗଢି ତୋଳିବା ସହ ନୂଆ ନୂଆ କର୍ମ ସଂସ୍ଥାନ ସୃଷ୍ଟି କରି ରାଜ୍ୟର କୁଶଳୀ ଯୁବଯୁବତୀମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଏହି ସମ୍ମିଳନୀର ଲକ୍ଷ୍ୟ ରହିଛି । ଉଦଯାପନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ, ‘ମେକ୍ ଇନ୍ ଓଡ଼ିଶା କନକ୍ଲେଭ ୨୦୧୮’ ଓଡ଼ିଶାର ଶିଳ୍ପ ବୈପ୍ଳବିକ ଇତିହାସରେ ଏମ ସ୍ମରଣୀୟ ମୁହୂର୍ତ୍ତ । ଏହି ସମ୍ମିଳନୀରେ ଯୋଗଦେଇଥିବା ଶିଳ୍ପପତିମାନଙ୍କୁ ମୁଁ ଧନ୍ୟବାଦ ଦେବା ସହ ସମ୍ମିଳନୀରେ ମିଳିିଥିବା ପଲିସି, ଇକୋସିଷ୍ଟମ ତଥା ପୁଞ୍ଜିନିବେଶର ସୁଯୋଗ ଓ ବିଭନ୍ନ ଅଧିବେଶନରେ ଉପସ୍ଥାପିତ ଗରୁତ୍ୱପୂଣ୍ଣ ର୍ ବିଷୟବସ୍ତୁ ରାଜ୍ୟକୁ ଦେଶରେ ଏକ ପସନ୍ଦିତା ପୁଞ୍ଜିଲଗାଣ ଅବସି୍ଥତି ରାଜ୍ୟ ଭାବରେ ପରିଚତି କରିବ ବୋଲି ମୁଁ ଆଶା କରୁଛି ।
ସେହିଭଳି ଶିଳ୍ପ ସଚିବ ସଞ୍ଜୀବ ଚୋପ୍ରା ମତବ୍ୟକ୍ତ କରି କହିଥିଲେ, ଏହି ସମ୍ମଳିନୀରେ ରହିଥିବା ମୁଖ୍ୟ ବିଷୟବସ୍ତୁ କେବଳ ଯେ ଶଳ୍ପ ବିକାଶ କ୍ଷେତ୍ରରେ ଏକ ମାଲଇଖୁଣ୍ଟ ହେବ ତାହାନୁହେଁ ଏହା ରାଜ୍ୟ ସରକାରଙ୍କ ସହତି ଷ୍ଟେକହୋଲଡ଼ରମାନଙ୍କୁ ନେଇ ଏକ ଫୋରମ୍ କରିବ ଯାହାକି ଆସନ୍ତା ସଂସ୍କରଣରେ ରାଜ୍ୟର ସାମାଜିକ, ଅର୍ଥନୈତିକ ବିକାଶ କ୍ଷେତ୍ରରେ ଏକ ବିରାଟ ସଫଳତା ଆଣିବ । ୨୦୧୬ ମେକ୍ ଇନ୍ ଓଡ଼ିଶା ସମ୍ମିଳନୀ ପ୍ରଥମ ସଂସ୍କରଣରେ ଆସିଥିବା ପୁଞ୍ଜି ଲଗାଣର ଶତକଡ଼ା ୬୫ ଭାଗ ବିଭନି୍ନ ସ୍ତରରେ କାର୍ଯ୍ୟକାରୀ ହୋଇଥିବା ସେ କହିଥିଲେ । ଏହି ସମ୍ମିଳନୀର ମୁଖ୍ୟ ବିଷୟବସ୍ତୁ “ଆଇ ଆମ୍ ଓଡ଼ିଶା” ବିଶ୍ୱ ସମୁଦାୟ ଆଗରେ ଓଡ଼ିଶା ତଥା ଏହାର ଜନସାଧାରଣଙ୍କର ସଫଳତା ଏବଂ ଲକ୍ଷ୍ୟର ଅଭିପ୍ରାୟକୁ ସଫଳତାର ସହିତ ଉପସ୍ଥାପନ କରିବାରେ ସାହାଯ୍ୟ କରିଛି ବୋଲି ସେ ମତବ୍ୟକ୍ତ କରିଛନ୍ତି । ଏହି ଉଦ୍ଯାପନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ମେକ୍ ଇନ୍ ଓଡ଼ିଶା’ ତୃତୀୟ ସଂସ୍କରଣର ଦିନ ଘୋଷଣା କରିଛନ୍ତି । ୨୦୨୦ ମସିହା ନଭେମ୍ବର ୩୦ରୁ ଡ଼ିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ପରବର୍ତ୍ତୀ ସଂସ୍କରଣ ଅନୁଷ୍ଠିତ ହେବ ବୋଲି ଆନୁଷ୍ଠାନିକ ଭାବେ ସେ ଘୋଷଣା କରିଛନ୍ତି ।
No Comment