ଆଜି ପବିତ୍ର ଜାଗର ବା ମହାଶିବରାତ୍ରୀ। ପ୍ରଭୁ ଶିବଙ୍କ ପାଖରେ ଉଠିବ ମହାଦୀପ । ଏଥିପାଇଁ ଗତକାଲି ଠାରୁ ଶୈବପୀଠମାନଙ୍କରେ ବ୍ୟପାକ ପ୍ରସ୍ତୁତି ହୋଇଥିବା ବେଳେ ଆଜି ସକାଳୁ ବିଭିନ୍ନ ଶିବମନ୍ଦିରରେ ଭକ୍ତଙ୍କ ଭିଡ ଲାଗିଛି । ମହାଦୀପ କେତେବେଳେ ଉଠିବ ସେନେଇ ସମୟ ନିର୍ଘଂଟ ମଧ୍ୟ ସରିଛି । ପ୍ରଶାସନ ପକ୍ଷରୁ ମଧ୍ୟ ଶାନ୍ତି ଶୃଙ୍ଖଳାରେ ମହାଶିବରାତ୍ରୀ ପାଳନ ପାଇଁ ପ୍ରସ୍ତୁତି ହୋଇଛି । ଶୈବପୀଠମାନଙ୍କରେ ଶୃଙ୍ଖଳା ରକ୍ଷା ପାଇଁ ସୁରକ୍ଷାକର୍ମୀ ମାନେ ମୁତୟନ ହୋଇଛନ୍ତି । ଏହାସହ କୌଣସି ପ୍ରକାର ଅଘଟଣ ଏଡ଼ାଇବା ପାଇଁ କଡ଼ା ନଜର ରଖାଯାଇଛି ।ସକାଳୁ ବିଭିନ୍ନ ଶୈବପୀଠରେ ସ୍ୱତନ୍ତ୍ର ନୀତିକାନ୍ତି ସରିବାପରେ ଭକ୍ତଙ୍କ ଦର୍ଶନ ପାଇଁ ମନ୍ଦିର ଖୋଲା ରହିଥିଲା। ସେହିଭଳି ସନ୍ଧ୍ୟାରେ ନିର୍ଘଂଟ ଅନୁସାରେ, ନୀତି ସମାପନ ପରେ ମନ୍ଦିରମାନଙ୍କରେ ମହାଦୀପ ଉଠିବ । ରାଜ୍ୟର ପ୍ରମୁଖ ଶୈବପୀଠମାନଙ୍କରେ ଜାଗର ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଶ୍ରୀଲିଙ୍ଗରାଜ, ଶ୍ରୀ ଲୋକନାଥ, ପ୍ରଭୁ ଧବଳେଶ୍ୱର, କପିଳାସ ମନ୍ଦିରରେ ଶୃଙ୍ଖଳିତ ଭାବେ ପୂଜାବିଧି ସମାପନ ପାଇଁ ବ୍ୟବସ୍ଥା କରାଯାଇଛି । ଏହାସହ ଆଜି ଅନେକ ଶୈବପୀଠ ପୀଠରେ କୁଡ଼ିଆ ଜଳ ଲାଗି କରିବାର ଦେଖିବାକୁ ମିଳିବ ।
ଜାଗର ପାଇଁ ମୁଖରିତ ଶୈବପୀଠ
maha shivaratri

No Comment