ସୁନ୍ଦରଗଡ଼ ଜଙ୍ଗଲରୁ ୧୫କେଜି ଲ୍ୟାଣ୍ଡମାଇନ୍ ଉଦ୍ଧାର

Landmine Recovered During Combing Operation In Sundargarh

ସୁନ୍ଦରଗଡ଼ ଜିଲ୍ଲା ବଣାଇର ଲଙ୍ଗଳକଣ୍ଟା ଜଙ୍ଗଲରୁ ଆଜି ବହୁଳ ପରିମାଣର ଲ୍ୟାଣ୍ଡମାଇନ୍ ଉଦ୍ଧାର କରାଯାଇଛି । ସିଆର୍‌ପିଏଫ୍ ଯବାନମାନଙ୍କ ଦ୍ୱାରା ଜଙ୍ଗଲରେ କମ୍ବିଂ ଅପରେସନ ବେଳେ ଏହାକୁ ଉଦ୍ଧାର କରାଯାଇଥିଲା। ମିଳିଥିବା ଲ୍ୟାଣ୍ଡମାଇନ୍‌ର ଓଜନ ପାଖାପାଖି ୧୫ କିଲୋଗ୍ରାମ ବୋଲି ସୂଚନା ମିଳିଛି । ଯବାନଙ୍କ ଦ୍ୱାର ଲ୍ୟାଣ୍ଡମାଇନ୍‌ ଉଦ୍ଧାର ପରେ ତାହାକୁ ନିଷ୍କ୍ରିୟ କରାଯାଇଥିଲା । ଲାଲ୍ ବାହିନୀ ପକ୍ଷରୁ ଗତ ସପ୍ତାହରେ ମାଓ ସପ୍ତାହ ପାଳନ ହୋଇଥିଲା। ଏହାସହ ସେମାନ ମାଲକାନାଗିରିରେ ଵସ ପୋଡିଥିଲେ, ଦୁଇଦିନ ତଳେ ଭାରତ ବନ୍ଦ ଡାକରା ଦେବାସହ କନ୍ଧମାଳ,କଳାହାଣ୍ଡି ଆଦି ଜିଲ୍ଲାରେ ଗଛ କାଟି ରାସ୍ତା ଅବରୋଧ କରିଥିଲେ । ମାଓବାଦୀଙ୍କ ଏହିସବୁ କାର୍ଯ୍ୟକାଳପାକୁ ଦୃଷ୍ଟିରେ ରଖି ଜଙ୍ଗଲରେ ସର୍ଚ୍ଚ ଅପରେସନ୍ କରିଥିଲେ ସିଆର୍‌ପିଏଫ୍ ଯବାନମାନେ । ଏହା ପରେ ସେହି ଆଖପାଖ ଅଞ୍ଚଳରେ କମ୍ବିଂ ଅପରେସନ ଜୋରଦାର ଚାଲିଛି ।

Previous ପୁରୀରେ ଆରମ୍ଭ ହେଲା ଦୁଇ ଦିନିଆ ବିଜେପି ଜନଜାତି ରାଷ୍ଟ୍ରୀୟ ମହାଅଧିବେଶନ,କାଲି ଆସିବେ ଶାହା
Next କାଇଦାରେ ବ୍ୟବହାର କରନ୍ତୁ ଲୁଣ, ପାଇବେ ଫାଇଦା

No Comment

Leave a reply

Your email address will not be published. Required fields are marked *