ଆଜି କେନ୍ଦ୍ରାପଡ଼ାରେ ଆୟୋଜିତ ଚାଷୀ ମହାସମାବେଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୂମିହୀନମାନଙ୍କୁ ‘କାଳିଆ’ ଯୋଜନାରେ ଆର୍ଥିକ ସହାୟତା ପ୍ରଦାନ କରିବେ। ଏହି ସମାବେଶରେ ୨ ଲକ୍ଷ ଜନସମାବେଶ ହେବ ବୋଲି ଆଶା କରାଯାଉଛି। ଆଇନ୍ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ୪୦ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି। ଜୀବିକା ନିର୍ବାହ ଓ ଆନୁସଙ୍ଗିକ କୃଷିକାର୍ଯ୍ୟ ନିମନ୍ତେ ୧୦ ଲକ୍ଷରୁ ଅଧିକ ଭୂମିହୀନଙ୍କୁ ୩ଟି କିସ୍ତିରେ ୧୨ ହଜାର ୫୦୦ ଟଙ୍କାର ସହାୟତା ରାଶି ମିଳିବ । ପ୍ରଥମ ପର୍ଯ୍ୟାୟରେ ୫ ହଜାର, ଦ୍ୱିତୀୟ ପର୍ଯ୍ୟାୟରେ ୩ ହଜାର ଓ ତୃତୀୟ ପର୍ଯ୍ୟାୟରେ ୪ ହଜାର ୫ ଶହ ଟଙ୍କା ସହାୟତା ରାଶି ପ୍ରଦାନ କରାଯିବ। ଏହି ସହାୟତା ଅର୍ଥରେ ହିତାଧିକାରୀମାନେ ଛେଳି, କୁକୁଡ଼ା, ବତକ, ଛତୁ ଓ ମହୁ ଚାଷ ଭଳି ୭ଟି କ୍ଷେତ୍ରରେ ବିନିଯୋଗ କରିପାରିବେ।
ଆଜି ଭୂମିହୀନ ପାଇବେ ‘କାଳିଆ’ ଟଙ୍କା
landless farmers to get assistance under kalia scheme today

No Comment