ବସ୍ତି ବାସିନ୍ଦାଙ୍କୁ ଜମି: ଟାଟା ଟ୍ରଷ୍ଟ ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ଏମଓୟୁ

land rights to urban slum dwellers

ବସ୍ତି ବାସିନ୍ଦାଙ୍କୁ ଜମି ଯୋଗାଇବା ପ୍ରକ୍ରିୟାରେ ରାଜ୍ୟ ସରକାର ଆଉ ପାଦେ ଆଗକୁ ଆଗେଇଛନ୍ତି । ଏହି ପ୍ରକ୍ରିୟାକୁ ସୁଗମ କରିବା ପାଇଁ ଟାଟା ଟ୍ରଷ୍ଟ ସହିତ ବୁଝାମଣାପତ୍ର ସ୍ୱାକ୍ଷର କରିଛି ଓଡିଶା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଆବାସ ଏବଂ ସହରାଞ୍ଚଳ ବିକାଶ ସଚିବ ମାଥିଭଥନନ୍ ଏବଂ ଟାଟା ଟ୍ରଷ୍ଟର ମ୍ୟାନେଜିଂ ଟ୍ରଷ୍ଟି ଆର୍ ଭେଙ୍କଟରମନନ୍ ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି ।

ସହରାଞ୍ଚଳରେ ବସ୍ତି ବାସିନ୍ଦାଙ୍କୁ ଜମି ପ୍ରଦାନ ଏକ ଐତିହାସିକ ପଦକ୍ଷେପ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମଗ୍ର ଦେଶରେ ଏଭଳି ପଦକ୍ଷେପ ନେବାରେ ଓଡିଶା ପ୍ରଥମ । ଆଧୁନିକ ଜ୍ଞାନକୌଶଳରେ ବ୍ୟବସ୍ଥିତ ଢଙ୍ଗରେ ଏହି ପ୍ରକ୍ରିୟା ଆରମ୍ଭ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ସଫଳ କାର୍ଯ୍ୟାନ୍ୱୟନର ନିଶ୍ଚିତତା ପ୍ରଦାନ ସକାଶେ ଆବାସ ଏବଂ ସହରାଞ୍ଚଳ ବିକାଶ ବିଭାଗକୁ ସାଧୁବାଦ ଜଣାଇଛନ୍ତି ରାଜ୍ୟ ମୁଖିଆ । ବୈଷୟିକ ସହାୟତା ପାଇଁ ରାଜି ହୋଇଥିବା ଟାଟା ଟ୍ରଷ୍ଟକୁ ମଧ୍ୟ କୃତଜ୍ଞତା ଜଣାଇଛନ୍ତି ସେ । ସମସ୍ତ ଜିଲ୍ଲାପାଳ ଏବଂ ବିଭାଗୀୟ ଅଧିକାରୀଙ୍କୁ ଅଗ୍ରାଧିକାର ଭିତ୍ତିରେ କାର୍ଯ୍ୟାରମ୍ଭ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଶ୍ରୀ ଯୁକ୍ତ ପଟ୍ଟନାୟକ । ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ହେଲେ ୨୫୦୦ ବସ୍ତିର ୨ ଲକ୍ଷ ୫୦ ହଜାର ବସ୍ତି ବାସିନ୍ଦା ଉପକୃତ ହେବେ । ବିଜ୍ଞାପିତ ଅଞ୍ଚଳ ପରିଷଦ ଏବଂ ମୁନସିପାଲଟିରେ ବାସ କରୁଥିବା ବସ୍ତି ଅଧିବାସୀଙ୍କୁ ୬୪୬ ଏବଂ ୪୮୪ ବର୍ଗ ଫୁଟ ପରିମିତ ଜମି ଯୋଗାଇଦିଆଯିବ । ଜମି ପ୍ରଦାନ ସହିତ ଅନ୍ୟାନ୍ୟ ମୋୖଳିକ ସୁଖ ସୁବିଧା ଯୋଗାଇଦେବା ପାଇଁ ମଧ୍ୟ ନିଷ୍ପତ୍ତି ନେଇଛନ୍ତି ସରକାର ।

Previous କମନ ୱେଲଥ ଗେମ୍ସ: ଘୋଷିତ ଦଳରେ ୪ ଓଡ଼ିଆ
Next ସୁରକ୍ଷିତ କିଡନିର ମହାମନ୍ତ୍ର

No Comment

Leave a reply

Your email address will not be published. Required fields are marked *