କୃଷି ଓଡ଼ିଶା-୨୦୨୦: ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

‘Krushi Odisha-2020’, the annual flagship five day exhibition inaugurated

ରାଜ୍ୟର କୃଷକ ସମାଜ ମୁହଁରେ ହସ ଫୁଟାଇବା ଆମ ସରକାରର ମୁଖ୍ୟ ଉଦ୍ଦେଶ୍ୟ, କୃଷିର ବିକାଶ ନିମନ୍ତେ ଆମ ସରକାର ଯୋଜନାବଦ୍ଧ ଭାବେ ଲଗାତର ଉଦ୍ୟମ କରି ଆସୁଛି ଏବଂ ଏହା ଆଗକୁ ମଧ୍ୟ ଅବ୍ୟାହିତ ରହିବ ବୋଲି ମ୍ୟୁଖମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ‘କୃଷି ଓଡ଼ିଶା’ କାର୍ଯ୍ୟକ୍ରମର ଉଦଘାଟନ କରି ମତବ୍ୟକ୍ତ କରିଛନ୍ତି । ଏହାସହ ଚାଷୀଙ୍କ ନିମନ୍ତେ ଥିବା ବିଭିନ୍ନ ସରକାରୀ ଯୋଜନାର ସୁଯୋଗ ନେଇ ଲାଭବାନ ହେବା  ନିମନ୍ତେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏହି ଅବସରରେ ଚାଷୀମାନଙ୍କୁ ନିବେଦନ କରିଥିଲେ । ଏହାସହ ରାଜ୍ୟର ଚାଷୀଙ୍କ ପରିଶ୍ରମ ପାଇଁ ଆମେ କୃଷିକର୍ମଣ ପୁରସ୍କାର ୫ଥର ପାଇବାକୁ ସକ୍ଷମ ହୋଇଛୁ । ଏଥିପାଇଁ ମୁଁ ରାଜ୍ୟର ସମସ୍ତ ଚାଷୀଙ୍କୁ ଧନ୍ୟବାଦ ଜ୍ଞାପନ କରୁଛି ବୋଲି ମୁଖ୍ୟମନ୍ତ୍ରୀ  କହିଥିଲେ ।
କୃଷି ଓ କୃଷକ ସଶକ୍ତୀକରଣ, ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ତଥା ଉଚ୍ଚ ଶିକ୍ଷାମନ୍ତ୍ରୀ ଡଃ.ଅରୁଣ କୁମାର ସାହୁଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ଉଦଘାଟନି ଉତ୍ସବରେ ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଫିକିର ସାଧାରଣ ସମ୍ପାଦକ ଦିଲୀ୍ଲପ ଚେନଏ, କୃଷି ଉତ୍ପାଦନ କମିସନର ତଥା ଅତିରିକ୍ତ ମୁଖ୍ୟ ଶାସନସଚିବ ପ୍ରଦିପ୍ତ କୁମାର ମହାପାତ୍ର, ଭାରତ ସରକାରଙ୍କ ଫଟିଲାଇଜର ସଚିବ ଛବିଳେନ୍ଦ୍ର ରାଉଳ ଏବଂ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରୀପାଠି ପ୍ରମୁଖ ରାଜ୍ୟରେ କୃଷି ଓ କୃଷକଙ୍କ ମଙ୍ଗଳ ପାଇଁ ତିଆରି ହୋଇଥିବା ଯୋଜନା ସହ କୃଷି କ୍ଷେତ୍ରରେ ହୋଇଥିବା ଅଗ୍ରଗତିକୁ ନେଇ ନିଜର ବକ୍ତବ୍ୟ ରଖିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ମୁଖମନ୍ତ୍ରୀ  କୃଷି ନୀତି-୨୦୨୦ ପ୍ରକାଶିତ କରିବା ସହ ୬୩ ଜଣ ଉପ ଉଦ୍ୟାନ କୃଷି ଅଧିକାରୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଥିଲେ । ଏହାସହ ରାଜ୍ୟର ୫ଜଣ ସଫଳ ଚାଷୀଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ । କାର୍ଯ୍ୟକ୍ରମର ସ୍ୱାଗତ ଭାଷଣ ରାଜ୍ୟକୃଷି ବିଭାଗର ପ୍ରମୁଖ ସଚିବ ଡଃ ସୌରଭ ଗର୍ଗ ଦେଇଥିବା ବେଳେ ମତ୍ସ୍ୟବିଭାଗର ସଚିବ ଆର.ରଘୁ ପ୍ରସାଦ ଧନ୍ୟବାଦ ଅର୍ପଣ କରିଥିଲେ ।

Previous କୃଷି ଓଡ଼ିଶା-୨୦୨୦ ଆଉ ଦୁଇଦିନ ପରେ
Next କୃଷି ଓଡ଼ିଶା-୨୦୨୦: ଦ୍ୱିତୀୟ ଦିନରେ ୬ଟି ଜିଲ୍ଲାର ୨୦୦୦ ରୁ ଅଧିକ ଚାଷୀ ସାମିଲ

No Comment

Leave a reply

Your email address will not be published. Required fields are marked *