ଜୟପୁରରେ ୧୪୪ ଧାରା ଲାଗୁ

koraput 144 and flagmarch begins

ଗତକାଲି ହୋଲି ଖେଳ ଓ କେନାଲରେ ଗାଧୁଆ ସମୟରେ ଜୟପୁର ଲେବର କଲୋନି ଛକ ଅନ୍ତର୍ଗତ ଘାସି ସାହି ଓ ଦେବଗୁଡ଼ା ସାହି ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଘଟି ଯଥାକ୍ରମେ ୫ ଓ ୭ ଜଣ ଆହତ ହୋଇଥିଲେ। ଏହି ଗୋଷ୍ଠୀ ସଂଘର୍ଷ ଜନିତ ଅପ୍ରୀତିକର ପରିସ୍ଥିତି ଏଡ଼ାଇବା ନିମନ୍ତେ ଆଜି ଦିନ ୧୦ଟା ବେଳେ ଜୟପୁର ଅନ୍ତର୍ଗତ ୨୬ ନମ୍ବର ଜାତୀୟ ରାଜପଥ, ବେଲ୍‌ ରୋଡ୍‌, ଜେଲ୍‌ ରୋଡ୍‌, ଘାସି ସାହି ଓ ଦେବଗୁଡ଼ା ସାହି ଅଞ୍ଚଳରେ ୧୪୪ ଧାରା ଲାଗୁ କରାଯାଇଛି। ଆଇନଶୃଙ୍ଖଳା ସୁଧାରିବା ସକାଶେ ସମ୍ପୃକ୍ତ ଅଞ୍ଚଳରେ ୪ ପ୍ଲାଟୁନ୍‌ ବିଏସ୍‌ଏଫ୍‌, ୩ ପ୍ଲାଟୁନ୍‌ ପୁଲିସ ମୁତୟନ କରାଯିବା ସହ ଏସ୍‌ପି କେ ଭି ସିଂହ, ଆଇପିଏସ୍‌ ସାଗରିକା ନାଥ, ଏଚ୍‌ କେ ମାଝୀ, ୪ ଜଣ ଆଇଆଇସି ଉପସ୍ଥିତ ଅଛନ୍ତି। ପୁଲିସ ଫ୍ଲାଗ୍‌ମାର୍ଚ ମଧ୍ୟ ଆରମ୍ଭ କରିଛି।

Previous ୨ୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ କଲା କଂଗ୍ରେସ
Next ୨ ଲୋକସଭା, ୯ ବିଧାନସଭା ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି

No Comment

Leave a reply

Your email address will not be published. Required fields are marked *