ଓଡ଼ିଶାରେ ଅରବିନ୍ଦ କେଜ୍ରିଓ୍ୱାଲ୍

kejriwal in bhubaneswar

ଭୁବନେଶ୍ୱରରେ ଆସି ପହଞ୍ଚିଛନ୍ତି ଆମ ଆଦ୍‌ମି ପାର୍ଟି ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ୍। ସେ ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା । ଏଠାରୁ ଦଳୀୟ କର୍ମୀମାନେ ଏକ ବାଇକ ଶୋଭାଯାତ୍ରା କରି ଷ୍ଟେଟ ଗେଷ୍ଟ ହାଉସକୁ ପାଛୋଟି ନେଇଥିଲେ । ଏଠାରୁ ସାମାଜିକ ନ୍ୟାୟ ଅଭିଯାନ ସମ୍ପର୍କିତ ଏକ ସାଧାରଣ ସଭାରେ ସାମିଲ ହେବା ପାଇଁ ଲୋୟର୍ ପିଏମ୍‌ଜିରେ ପହଞ୍ଚିଛନ୍ତି କେଜ୍ରିଓ୍ୱାଲ୍। ଆୟୋଜିତ ସାମାଜିକ ନ୍ୟାୟ କାର୍ଯ୍ୟକ୍ରମରେ ଆମ୍‌ ଆଦ୍‌ମି ପାର୍ଟିର ନେତା ଓ କର୍ମୀଙ୍କ ସମେତ ବହୁ ସାମାଜିକ କର୍ମୀ ଓ ରାଜନେତା ମଧ୍ୟ ଯୋଗ ଦେଇଛନ୍ତି। ଏହି ସଭାରେ କେଜ୍ରିଓ୍ୱାଲଙ୍କ ସହ ବରିଷ୍ଠ ରାଜନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ଯୋଗ ଦେଇଛନ୍ତି ।

Previous ମାଓବାଦୀଙ୍କ ଭାରତ ବନ୍ଦ
Next ପାର୍ସଲବୋମା ବିସ୍ଫୋରଣ ମାମଲା: ପୁଞ୍ଜିଲାଲ୍ ବିରୋଧରେ ଫାଇନାଲ୍ ଚାର୍ଜସିଟ୍ ଦାଖଲ କଲା କ୍ରାଇମବ୍ରାଞ୍ଚ

No Comment

Leave a reply

Your email address will not be published. Required fields are marked *