ଆରମ୍ଭ ହେଲା ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମେଳା

joranda mela to begin in dhenkanal from today

ଆଜିଠୁ ‍ଢେଙ୍କାନାଳରେ ଆରମ୍ଭ ହେଉଛି ପ୍ରସିଦ୍ଧ ଯୋରନ୍ଦା ମେଳା। ୩ ଦିନ ଧରି ଚାଲିବାକୁ ଥିବା ଏହି ମେଳାରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି । ଏହାସହ ଦେଶର ବିଭିନ୍ନ ପ୍ରାନ୍ତରୁ ସାଧୁସନ୍ଥଙ୍କ ସମାଗମ ହୋଇଛି । ମହିମା ସମାଜ ପକ୍ଷରୁ ଏନେଇ ଶ୍ରଦ୍ଧାଳୁଙ୍କ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସେହିଭଳି ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ସୁରକ୍ଷା ବ୍ୟବସ୍ଥା କଡାକଡି ସହ ଅନ୍ୟ ଦିଗପ୍ରତି ନଜର ଦିଆଯାଇଛି । ମାଘ ଚତୁର୍ଦ୍ଦଶୀ, ଗୁରୁ ପୂର୍ଣ୍ଣିମା ଓ ବାବା ପୂର୍ଣ୍ଣିମା ଭାବେ ଏହି ମେଳା ପାଳିତ ହେବ। ବିଶ୍ୱ କଲ୍ୟାଣ ଉଦ୍ଦେଶ୍ୟରେ ଚଳିତବର୍ଷ ୩ ଦିନ ଧରି ଝାଡ଼ ଦ୍ୱୀପ ପ୍ରଜ୍ଜ୍ୱଳନ କରାଯିବ। ଏହାସହ ହୋମଯଜ୍ଞ ଏହି ତିନିଦିନ ଚାଲିଥାଏ। ଅନେକ ମହିମା ସନ୍ନ୍ୟାସୀ ଏହିଦିନ ବୈରାଗୀରୁ ଅପାର ସନ୍ନ୍ୟାସୀ ଭାବେ ଘୋଷିତ ହୋଇଥାନ୍ତି ।ଶ୍ରଦ୍ଧାଳୁଙ୍କ ପାଇଁ ରାସ୍ତାଘାଟ, ପାଣି, ଆଲୋକ ଏବଂ ଆଶ୍ରୟସ୍ଥଳୀର ବନ୍ଦୋବସ୍ତ କରାଯାଇଛି।

Previous ପାକିସ୍ତାନରେ ରିଲଜ ହେବନି ‘ଟୋଟାଲ ଧମାଲ’
Next ଗାଁ ଦାଣ୍ଡରେ ଯୁବକଙ୍କୁ ଗୋଡାଇ ଗୋଡାଇ ହାଣିଲେ ଦୁବୃର୍ତ୍ତ

No Comment

Leave a reply

Your email address will not be published. Required fields are marked *