ଯବାନ-ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ,ସିଆରପିଏଫ ଯବାନ ସହିଦ

jawan martyred in exchange of fire with maoists in chhatisgarh

ଆଜି ଛତିଶଗଡ଼ରେ ଯବାନ-ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିବା ବେଳେ ଜଣେ ସିଆରପିଏଫ ଯବାନ ସହିଦ ହୋଇଛନ୍ତି ଓ ଅନ୍ୟଜଣେ ଆହତ ହୋଇଛନ୍ତି । ଧମତାରି ସାଲେଘାଟ ଜଙ୍ଗଲରେ ନକ୍ସଲ ଓ ସିଆରପିଏଫ ଯବାନଙ୍କ ମଧ୍ୟରେ ଗୁଳିବିନିମୟରେ ହୋଇଥିଲା । ସହିଦ ଯବାନ ମଧ୍ୟପ୍ରଦେଶର ଭୋପାଳ ନିବାସୀ ୪୪ ବର୍ଷୀୟ ହରିଶ ଚନ୍ଦ୍ର ପାଲ ବୋଲି ଜଣାପଡ଼ିଛି। ଅନ୍ୟ ଜଣେ ଆହତ ସୁଧୀର କୁମାର ସିଟି ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଜଣାପଡ଼ିଛି। ଆଜି ଭୋର ୪ଟା ସମୟରେ ସିଆରପିଏଫ ଯବାନ ସର୍ଚ୍ଚ ଅପରେସନ କରୁଥିବାବେଳେ ମାଓବାଦୀ ମାନେ ଗୁଳି ଚଳାଇଥିଲେ, ସିଆରପିଏଫ ଯବାନମାନେ ମଧ୍ୟ ଦୃଢ଼ ଜବାବ ଦେଇଥିଲେ। ଏଥିରେ ନକ୍ସଲଙ୍କର ବିପୁଳ କ୍ଷତି ହୋଇଥିବା ସୂଚନା ରହିଛି।

Previous ପୃଥକ ପୃଥକ ସ୍ଥାନରେ ଦୁର୍ଘଟଣା ଘଟି ୪ ମୃତ ୧୦ ଗୁରୁତର
Next ବିଜେଡିର ୩ରାଜ୍ୟ ସାଧାରଣ ସମ୍ପାଦକ ନିଯୁକ୍ତ

No Comment

Leave a reply

Your email address will not be published. Required fields are marked *