ରାଜ୍ୟରେ ବଢିବ ଶୀତ

Intense cold wave conditions in Odisha

ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ  ପାଗ ମେଘୁଆ ରହିବା ସହ ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡିଶାର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଏହା ସହିତ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ୱରର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ସୂଚନା ଦେଇଛି। ରାଜ୍ୟରେ ବର୍ଷା ସହ ଶୀତର ପ୍ରଭାମ ମଧ୍ୟ ଦେଖିବାକୁ ମିଳିବ। ଗତକାଲିଠାରୁ ୩ ରୁ ୪ ଡିଗ୍ରୀ ତାପମାତ୍ରା କମିବା ସହିତ ପ୍ରବଳ ଶୀତ ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ବିଶେଷ କରି ଅନୁଗୁଳ, ଫୁଲବାଣୀ , ସୁନ୍ଦରଗଡ଼ ଓ ଦାରିଙ୍ଗବାଡିରେ ଅଧିକା ଶୀତ ଅନୁଭୂତ ହେବ ବୋଲି ଅନୁମାନ କରାଯାଇଛି । ଶୀତ ସହ ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ଘନ କୁହୁଡ଼ି ଦେଖାଦେବ । ଆଜି ସକାଳେ ଓ ଗତକାଲି ରାଜ୍ୟର କେତେକ ଅଞ୍ଚଳରେ ଅଳ୍ପ ବର୍ଷା ହୋଇଥିଲା ମଧ୍ୟ ।

Previous ସରିଲା ୬ଘଣ୍ଟିଆ ଭଦ୍ରକ ବନ୍ଦ
Next ଆରମ୍ଭ ହେଲା 'ପିଏମ ନରେନ୍ଦ୍ର ମୋଦି'ର ସୁଟିଂ

No Comment

Leave a reply

Your email address will not be published. Required fields are marked *