ରୋବର୍ଟ ଯେଉଁଠି ଚଳାନ୍ତି ରେସ୍ତୋରାଁ

India's First Robotic Restaurant

ରେସ୍ତୋରାଁରେ ରୋବର୍ଟ ପରଷୁଛି ଖାଦ୍ୟ । ଟେବୁଲରେ ବସି ଅର୍ଡର କରିବାର କିଛି ସମୟ ମଧ୍ୟରେ ଖାଦ୍ୟ ଆଣି ଆପଣଙ୍କ ପାଖରେ ପହଞ୍ଚିବ ରୋବର୍ଟ । କଥାଟା ଟିକିଏ ଖଟକା ଲାଗୁଥିଲେବି ଏହା ସତ । ଭାରତର ସର୍ବ ପ୍ରଥମ ‘ରୋବର୍ଟ ରେସ୍ତୋରାଁ’ ଏବେ ଚେନ୍ନାଇରେ ଖୋଲିଛି । ଯେଉଁଠି ୱେଟରଙ୍କ ବଦଳରେ ରୋବର୍ଟ ଗ୍ରାହକଙ୍କୁ ଖାଦ୍ୟ ପରଷୁଛନ୍ତି ।
‘ଥାଇ’ ଏବଂ ‘ଚାଇନିଜ’ ଖାଇବା ମିଳୁଥିବା ଏହି ରେସ୍ତୋରାଁ ଚେନ୍ନାଇର ମହାବଲିପୁରମ ରୋଡରେ ରହିଛି । ସେହି ଅଞ୍ଚଳର ଭେଙ୍କଟେସ୍ ରାଜେନ୍ଦ୍ରନ୍ ଏବଂ କାର୍ତ୍ତିକ କାନନ ଦୁହେଁ ମିଶି ଦେଶର ସର୍ବ ପ୍ରଥମ ‘ରୋବର୍ଟ ଥିମ୍ ରେସ୍ତୋରାଁ’ ଆରମ୍ଭ କରିଛନ୍ତି ।
ରେସ୍ତୋରାଁର ସବୁ ଟେବୁଲରେ ଗୋଟିଏ ଗୋଟିଏ ଟ୍ୟାବ ଲାଗିଛି । ଯେଉଁଥିରେ ଗ୍ରାହକମାନେ ନିଜ ନିଜ ମନପସନ୍ଦର ଖାଦ୍ୟ ଅର୍ଡର କରିପାରିବେ । ଅର୍ଡର କରିବାର କିଛି ସମୟପରେ ରୋବର୍ଟ ହାତରେ ଅର୍ଡର କରିଥିବା ଖାଦ୍ୟ ଧରି ଟେବୁଲ ନିକଟରେ ପହଞ୍ଚିଯାଏ ।

ରେସ୍ତୋରାଁରେ କାମ କରୁଥିବା ରୋବର୍ଟ ସବୁ ବ୍ୟାଟେରୀ ମାଧ୍ୟମରେ ଚାଲନ୍ତି । ସେଥିରେ ସେନ୍ସର ଲାଗିଛି । ଫଳରେ କେହି ଯଦି ରୋବର୍ଟଙ୍କ ସାମନାକୁ ଆସିଯାନ୍ତି ତେବେ ରୋବର୍ଟ ଆପେଆପେ ରହିଯାଏ । ଗ୍ରାହକଙ୍କ ଚାହିଦାକୁ ଚାହିଁ ଆଗାମୀ ଦିନରେ ଏଭଳି ରେସ୍ତୋରାଁ ଦେଶର ଅନ୍ୟ ସ୍ଥାନମାନଙ୍କରେ ଖୋଲିବା ପାଇଁ ଯୋଜନା ରହିଛି ।

ଦିପ୍ତିରଞ୍ଜନ ବେହେରା

Previous ମୃଗ ନୟନା କ୍ରିଷ୍ଟିନା
Next ଗଣିତ ଜ୍ୟାମିତିର ସଦୃଶ୍ୟତା ସଂକ୍ଷିପ୍ତ ପ୍ରଶ୍ନଉତ୍ତର

No Comment

Leave a reply

Your email address will not be published. Required fields are marked *