ସୀମା ଉଲ୍ଲଂଘନ ବେଳେ କଡ଼ା ଜବାବ: ପାକ୍ ବାୟୁସେନା ବିମାନ ଏଫ-୧୬ କୁ ଖସେଇଲା ଭାରତ

india shots down pak f-16 jet

ଗୃହମନ୍ତ୍ରୀ ରାଜନାଥ ସିଂ ଉଚ୍ଚସ୍ତରୀୟ ଆଜି ବୈଠକ ଡକାଇଛନ୍ତି । ଏହି ବୈଠକରେ ସାମିଲ ଅର୍ଦ୍ଧସୈନିକ ବଳ ଡିଜି ସାମିଲ୍, ସିଆରପିଏଫ୍, ବିଏସଏଫ୍ ଓ ସିଆଇଏସଏଫ୍ ଡିଜିଙ୍କ ସହ ବୈଠକ ଆଲୋଚନା କରିବେ ରାଜନାଥ ସିଂ । ପାକିସ୍ତାନ ଉପରେ ହୋଇଥିବା ଆକ୍ରମଣ ନେଇ ବୈଠକ ଡକାଯାଇଛି । ସେପଟେ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟ ଜରୁରୀ ବୈଠକ ଡାକିଛନ୍ତି । ତିନି ସେନା ମୁଖ୍ୟଙ୍କ ସହ ବୈଠକ କରିବେ ପ୍ରତିରକ୍ଷା ମନ୍ତ୍ରୀ । ଅନ୍ୟପଟେ ଭାରତ ବାୟୁସେନାର ଆକ୍ରମଣ ପରେ ଆଜି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏନସିଏ ବୈଠକ ଡାକିଛନ୍ତି ।  ପାକିସ୍ତାନରେ ଭାରତୀୟ ବାୟୁସେନାର ଆକ୍ରମଣ ନେଇ ଆଲୋଚନା ହେବାର ରହିଛି । ଏହାସହ ଭାରତର କେତେକ ବିମାନ ବନ୍ଦରରୁ ଉଡାଣ ବନ୍ଦ ରହିଛି । ସେପଟେ ପାକିସ୍ତାନର ୫ଟି ବିମାନ ବନ୍ଦରରେ ଉଡାଣ ବନ୍ଦ କରାଯାଇଛି । ଅନ୍ୟପକ୍ଷରେ ଆଜି ଭାରତୀୟ ସୀମାରେ ୩ କିମି ଭିତରକୁ ପଶିଆସିଥିବା ପାକ ବାୟୁସେନା ବିମାନ ଏଫ-୧୬ କୁ ଖସେଇ ଦେଇଛି ଭାରତୀୟ ବାୟୁସେନା। ସୂଚନା ଅନୁଯାୟୀ ଭାରତର ଏୟାର ଷ୍ଟ୍ରାଇକ ପରେ ଆଜି ସକାଳେ ପାକିସ୍ତାନର ଦୁଇଟି ଲଢୁଆ ବିମାନ ଜାମ୍ମୁ ଓ କାଶ୍ମୀରର ନୌସେରା ସେକ୍ଟରରେ ଭାରତ ସୀମାକୁ ପ୍ରବେଶ କରିଥିଲା । ପଳାୟନ କରିବା ସମୟରେ ଦୁଇଟି ବୋମା ନିକ୍ଷେପ କରିଥିଲା ପାକ୍ ବିମାନ । ମାତ୍ର ଭାରତୀୟ ବାୟୁସେନା ପାକିସ୍ତାନୀ ବାୟୁସେନାର ଏଫ-୧୬ ବିମାନକୁ ମାରି ଖସାଇ ଦେଇଛି । ଏହି ବିମାନ ପାକ୍ ସୀମରେ ୩ ଲାମ ଭ୍ୟାଲିରେ ଯାଇ ଖସି ପଡ଼ିଥିବାର କୁହାଯାଉଛି ।

Previous ଭାରତୀୟ ବାୟୁସେନା ବିମାନ ଦୁର୍ଘଟଣା:୨ ପାଇଲଟ ମୃତ
Next ଶ୍ରୀମନ୍ଦିର ସଂସ୍କାର ମାମଲା ଶୁଣାଣି ମାର୍ଚ ୫ ଯାଏଁ ଘୁଞ୍ଚିଲା

No Comment

Leave a reply

Your email address will not be published. Required fields are marked *