ଆଡିଲେଡ ଟେଷ୍ଟ ମ୍ୟାଚ:ଅଷ୍ଟ୍ରେଲିଆକୁ ୩୧ ରନ୍‌ରେ ହରେଇଲା ଟିମ ଇଣ୍ଡିଆ

India Beat Australia By 31 Runs In Adelaide Test

ଆଡେଲେଡରେ ଖେଳା ଯାଉଥିବା ଟେଷ୍ଟ ମ୍ୟାଚରେ ଭାରତୀୟ ଦଳ ବିଜୟୀ ହୋଇଛି । ଟିମ ଇଣ୍ଡିଆ ପାଇଁ ବିଜୟ ଟାର୍ଗେଟ୍ ୩୨୩ ଥିଲା । ଚାରି ଦିନ ଧରି ଚାଲିଥିବା ଖେଳର ଗତିବିଧି ଦେଖି ଭାରତୀୟ ଦଳ ପାଇଁ ବିଜୟ ହାସଲ କରିବା କଷ୍ଟକର ବୋଲି ମନେ ହେଉଥିଲା। କିନ୍ତୁ ଭାରତୀୟ ବୋଲର ବି ଥିଲେ ନଛଡ଼ୋବନ୍ଦା। ଆଉ ଏଭଳି ଏକ ରୋମାଞ୍ଚକର ମ୍ୟାଚ୍‌ରେ ଶେଷରେ ଭାରତ ବିଜୟୀ ହାସଲ କରିଛି । ଏହି ମ୍ୟାଚ୍‌କୁ ୩୧ ରନ୍‌ରେ ଭାରତ ଜିତିଛି। ଏହା ସହ ଦଳ ଏହି ୪ଟି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ସିରିଜ୍‌ରେ ୧-୦ରେ ଆଗୁଆ ଅଛି। ଗତକାଲି ଦ୍ୱିତୀୟ ଇନିଂସ୍ ଆରମ୍ଭରେ ଅଷ୍ଟ୍ରେଲିଆ ଦଳ ଷ୍ଟମ୍ପ ଅପସାରଣ ସୁଦ୍ଧା ୪ ୱିକେଟ୍ ହରାଇ ୧୦୪ ରନ୍ କରିଥିଲା। ଦଳ ପାଖରେ ଆଉ ୬ଟି ୱିକେଟ୍ ଥିବା ବେଳେ ଆଜି ପୂରା ଦିନଟି ଥିଲା। ତେବେ ଦଳ ୨୯୧ ରନ୍‌ରେ ଅଲ୍‌ ଆଉଟ୍ ହୋଇଯାଇଥିଲା। ପ୍ରଥମ ଇନିଂସ୍‌ରେ ୧୨୩ ରନ୍ ଓ ଦ୍ୱିତୀୟ ଇନିଂସ୍‌ରେ ୭୧ ରନ୍ କରିଥିବା ପୂଜାରାଙ୍କୁ ‘ମ୍ୟାନ୍ ଅଫ୍ ଦ ମ୍ୟାଚ୍’ ପ୍ରଦାନ କରାଯାଇଛି।

Previous ହାକୁଟି ବନ୍ଦ କରିବାର ସୂତ୍ର
Next ପପୁଙ୍କ କମାଲ:୩ରାଜ୍ୟରେ କଂଗ୍ରେସ ଚିତ୍ କଲା ବିଜେପିକୁ

No Comment

Leave a reply

Your email address will not be published. Required fields are marked *