କୌଣସି ବି ସଂକ୍ରାମକ ରୋଗରୁ ବର୍ତ୍ତିବା ନିମନ୍ତେ ଶରୀରର ରୋଗପ୍ରତିରୋଧକ ଶକ୍ତି ରହିବା ଜରୁରୀ, ବିଶେଷ କରି ବର୍ତ୍ତମାନ ସମୟରେ କରୋନାକୁ ପ୍ରତିହତ କରିବାକୁ ରୋଗପ୍ରତିରୋଧକ ଶକ୍ତି ବଢ଼ାଇବା ଉଚିତ୍। କୌଣସି ଔଷଧ ନଖାଇ ମାତ୍ର କେତୋଟି ସହଜ ତଥା ସରଳ ଉପାୟରେ ସବୁ ବୟସର ଲୋକ ନିଜକୁ ନୀରୋଗ ରଖିପାରିବେ। ଆସନ୍ତୁ ଜାଣିବା ରୋଗପ୍ରତିରୋଧକ ଶକ୍ତି ବଢାଇବାର କିଛିଟା ଉପାୟ…..
– ପ୍ରତିଦିନ ସକାଳୁ ୧୦-୧୨ ମିନିଟ୍ ଧ୍ୟାନ କରିବା ସହ ଯୋଗା ଭ୍ୟାସ କରନ୍ତୁ।ବର୍ତ୍ତମାନ ପରିସ୍ଥିତିରେ ଘରୁ ନବହାରି ଛାତ ଉପରେ କିମ୍ବା ବାଲକୋନିରେ ଅଳ୍ପ ଚଲାବୁଲା କରନ୍ତୁ। ଦିନରେ କିଛି ସମୟ ସୂର୍ଯ୍ୟକିରଣରେ ଛିଡ଼ା ହୁଅନ୍ତୁ।
– ସକାଳୁ ଉଠି ଖାଲି ପେଟରେ ରାତିରେ ଭିଜା ହୋଇଥିବା କିଶ୍ମିଶ୍ ୪-୫ ଟି ଖାଲିପେଟରେ ଖନ୍ତୁ। ଏଥିରେ ଥିବା ପଲିଫେନୋଲିକ୍ ଫାଇଟୋନ୍ୟୁଟ୍ରିଏଣ୍ଟସ୍ ଶରୀରକୁ ଥଣ୍ଡା, ସର୍ଦି ରୋଗ ସହ ଅନ୍ୟାନ୍ୟ ସଂକ୍ରମିତ ରୋଗରୁ ରକ୍ଷା କରିଥାଏ।
– ସକାଳବେଳା ଚା’ ପିଇବା ଅଭ୍ୟାସ ଥିଲେ, ସେଥିରେ ଅଦା ରସ ନିଶ୍ଚିତ ଭାବେ ମିଶାଇ ପିଅନ୍ତୁ। ଅଦା ରସ ଚା’ର ସ୍ବାଦ ବଢ଼ାଇବା ସହ ଆମ ଶରୀରକୁ ରୋଗପ୍ରତିରୋଧକ୍ ଶକ୍ତି ବଢାଇଥାଏ। ଭିଟାମିନ୍ ସି, ମ୍ୟାଗ୍ନେସିୟମ୍ ଅଦାରେ ଭରପୁର ରହିଥାଏ। ଅଦା,ମିଶିରି ପାଣିରେ ଫୁଟାଇ ପିଲେବି ଭଲ ହୋଇଥାଏ।
– ରିଫାଇନ୍ ତେଲ ବଦଳରେ ଶୁଦ୍ଧ ଦେଶୀ ଘିଅ, ସୋରିଷ ତେଲ ଓ ନଡ଼ିଆ ତେଲ ପ୍ରସ୍ତୁତ ଖାଦ୍ୟ ଖାଆନ୍ତୁ। ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ଡାକ୍ତରୀଦଳଙ୍କ ମତରେ ଭାରତୀୟ ଲୋକଙ୍କ ରୋଗପ୍ରତିରୋଧକ ଶକ୍ତି ଉତ୍ତମ ହେବା ପଛର ଅନ୍ୟତମ ମୁଖ୍ୟ କାରଣ ହେଲା, ସେମାନେ ନାମୀଦାମୀ କମ୍ପାନୀର ରିଫାଇନ୍ ତେଲ ଖୁବ୍ କମ୍ ବ୍ୟବହାର କରନ୍ତି।
– ଘରେ ପ୍ରସ୍ତୁତ ବିଭିନ୍ନ ଖାଦ୍ୟରେ କଞ୍ଚା, ଗୋଟା, କଟା କିମ୍ବା ବଟା ରସୁଣ ବ୍ୟବହାର କରନ୍ତୁ। ସବୁବର୍ଗର ଲୋକଙ୍କ ରୋଗପ୍ରତିରୋଧକ ଶକ୍ତି ବଢ଼ାଇବାରେ ରସୁଣ ମହୌଷଧି ପରି କାମ କରେ।
– ରାତିଭୋଜନ ବା ସକାଳ ଜଳଖିଆ ରେ ଅଳ୍ପ ପରିମାଣର ଗୁଡ଼ ଖାଆନ୍ତୁ। ଏହା ଆପଣଙ୍କ ଶରୀର ପାଇଁ ହିତକାରୀ।
No Comment